oom

ସର୍ବଭାରତୀୟ ନାଟ୍ୟ ସମାରୋହ ‘ମଠଖାଇ ମହୋତ୍ସବ’ର କାର୍ଯ୍ୟାଳୟ ଉଦ୍‌ଘାଟିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ଜାନୁୟାରୀ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମଠଖାଇ ମହୋତ୍ସବ-୨୦୨୪ ଆୟୋଜନ ପାଇଁ ଏହାର କାର୍ଯ୍ୟାଳୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ମଠଖାଇ ମହୋତ୍ସବର ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏହାକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୂମିକାର ଉପଦେଷ୍ଟା ପ୍ରଫେସର ମଧୁସୂଦନ ପତି ଓ ମଠଖାଇ ମହୋତ୍ସବର ଉପଦେଷ୍ଟା ଡଃ. ଶ୍ରୀକର ମିଶ୍ର, ବିଶିଷ୍ଟ ନାଟ୍ୟକର୍ମୀ ସନାତନ ଠାକୁର, ଚଳଚିତ୍ର ଅଭିନେତା ରତନ କୁମାର ମେହେର, ନାଟ୍ୟ ନିର୍ଦେଶକ ବିଜୟ କୁମାର ତ୍ରିପାଠୀ, ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ରୁଦ୍ରଦେବ ପ୍ରଧାନ, ମହେନ୍ଦ୍ର ମଲ୍ଲିକ, ଅଖିଳ ଚନ୍ଦ୍ର ହୋତା, ବୀରେନ୍ଦ୍ର ବନଛୋର, ଶିରିଶ ଚନ୍ଦ୍ର ହୋତା, ନିଗମାନନ୍ଦ ନାଥଙ୍କ ସମେତ ମଠଖାଇ ମହୋତ୍ସବର ବିଭିନ୍ନ ଉପସମିତି ସଦସ୍ୟ ଓ ଭୂମିକାର ସଦସ୍ୟମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଅଧ୍ୟକ୍ଷ ଶ୍ରୀ ମିଶ୍ର ପଶ୍ଚିମ ଓଡିଶା ସମେତ ବଲାଙ୍ଗିରବାସୀ ଆସନ୍ତା ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ମଂଚସ୍ଥ ହେବାକୁ ଥିବା ସମସ୍ତ କୋଶଲୀ ନାଟକକୁ ଉପଭୋଗ କରିବାକୁ ଅନୁରୋଧ କରିଥିଲେ ।

jittmm
Leave A Reply

Your email address will not be published.