
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ । ମଠଖାଇ ନିକଟରେ ବାଇକ୍ ଦୁର୍ଘଟଣା । ୨ ଗୁରୁତର । ଦ୍ରୁତଗତିରେ ବାଇକ୍ ଚାଳନା କରୁଥିବାବେଳେ ଏକ ଗଛକୁ ଧକ୍କା ମାରି ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନେ ବଲାଙ୍ଗିର ପେଲେସ ଲାଇନର ସାଇରାମ ପାଣିଗ୍ରାହୀ ଓ ରୋହନ ପୁରୋହିତ ବୋଲି ସୂଚନା ମିଳିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ରେ ଭର୍ତ୍ତି କରିଛନ୍ତି । ଏବେ ସେମାନଙ୍କର ଚିକିତ୍ସା ଚାଲିଛି ଓ ସ୍ଥିତି ଗମ୍ଭୀର ରହିଛି ବୋଲି ଡାକ୍ତରମାନେ କହିଛନ୍ତି । ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣା ଦ୍ରୁତଗତି ଓ ଅସାବଧାନ ବାଇକ୍ ଚାଳନା ଯୋଗୁଁ ହୋଇ ଥିବା ଜଣାପଡିଛି ।