ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତ ସିଂହନପୁର ଗ୍ରାମର ପଙ୍କଜିନୀ ଝାଙ୍କର ଓ ସ୍ୱାମୀ ଜୟଦେବ ଝାଙ୍କର ଜଣେ ଗରିବ ଖଟିଖିଆ ପରିବାରର ଅଟନ୍ତି । ସୂଚନା ଅନୁସାରେ ଆଜକୁ ୪ ମାସ ପୂର୍ବେ ସେ ପଞ୍ଜାବ ନେସନାଲ ବ୍ୟାଙ୍କର ଏକ ୧୦ ହଜାର ଟଙ୍କାର ଡେମୋ ଚେକ୍ ପଦ୍ମପୁର ଉପନିର୍ବାଚନ ସମୟରେ ମନ୍ତ୍ରୀ ରୀତା ସାହୁଙ୍କ ହସ୍ତରୁ ପାଇଥିଲେ । (ଗର୍ଭବତୀ ସମୟରେ ମାଆମାନଙ୍କୁ ମେଟରନିଟି ସାହାଯ୍ୟ ଲେବର କାର୍ଡ ବିଭାଗ ପକ୍ଷରୁ ଦିଆଯାଇଥାଏ ।) ମାତ୍ର ଆଜି ପର୍ଯ୍ୟନ୍ତ ସେହି ଟଙ୍କା ଜମା ଖାତାରେ ପଡି ନଥିବାରୁ ପଙ୍କଜିନୀ ଝାଙ୍କର ନିରାଶ ହୋଇପଡିଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଶୀଘ୍ର ଉକ୍ତ ଟଙ୍କା ଏକାଉଣ୍ଟରେ ଜମା କରି ଦେବାକୁ ଶ୍ରୀମତୀ ଝାଙ୍କର ଅନୁରୋଧ କରିଛନ୍ତି । ପ୍ରକାଶ ଥାଉକି ପଙ୍କଜିନୀ ଝାଙ୍କରଙ୍କ ଜାଆଁଲା ଦୁଇ ପିଲା ଜନ୍ମ ହୋଇଛନ୍ତି ।