ରାଉରକେଲାରେ ଖେଳା ଯିବ ୮ରୁ ୧୨ଟି ଲିଗ୍‌ ମ୍ୟାଚ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ-୨୦୨୩ର ଅନ୍ୟତମ ଆୟୋଜନ ସ୍ଥାନ ଭାବେ ରାଉରକେଲା ସ୍ଥାନ ପାଇଛି । ରାଉରକେଲାରେ ନିର୍ମିତ ବିର୍ଶା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମରେ ହକି ବିଶ୍ୱକପ୍‌ର କିଛି ମ୍ୟାଚ ଖେଳାଯିବ । ଏଠାରେ ୮ରୁ ୧୨ଟି ଲିଗ୍‌ ମ୍ୟାଚ ଖେଳାଯିବାର ଲକ୍ଷ୍ୟ ରହିଛି ବୋଲି ଏଫ୍‌ଆଇଏଚ୍‌ ସିଇଓ ଥେରି ୱେଲ୍‌ କହିଛନ୍ତି । ପ୍ରତିଯୋଗିତାରେ ମୋଟ ୨୪ଟି ଲିଗ୍‌ ମ୍ୟାଚ ଖେଳାଯିବ । ରାଉରକେଲାରେ ଏଥିମଧ୍ୟରୁ ୧୨ଟି ମ୍ୟାଚ ଖେଳାଯିବାର ଯୋଜନା ରହିଛି । ଏଠାରେ ସମସ୍ତ ଦଳ ମ୍ୟାଚ ଖେଳିବା ନେଇ ଲକ୍ଷ୍ୟ ରହିଛି । ଖେଳାଳିମାନଙ୍କ ଯାତାୟତ ନେଇ ସ୍ୱତନ୍ତ୍ର ଚାଟାର୍ଡ ବିମାନ ବ୍ୟବସ୍ଥା କରାଯିବ ବୋଲି ଥେରି କହିଛନ୍ତି । ରାଉରକେଲା ବିର୍ଶା ମୁଣ୍ଡା ହକି ଷ୍ଟାଡ଼ିୟମ ପ୍ରସ୍ତୁତି ବହୁତ ଭଲ ରହିଛି । ମୁଖ୍ୟ ଷ୍ଟାଡ଼ିୟମ ସହ ଦୁଇଟି ଅଭ୍ୟାସ ଗ୍ରାଉଣ୍ଡ ରହିଛି ବୋଲି ଥେରି କହିଛନ୍ତି ।

Leave A Reply

Your email address will not be published.