ବ୍ରହ୍ମପୁର ଠାରେ ୧୫ତମ ଜାତୀୟ ମତଦାତା ଦିବସ ସମାରୋହ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଟାଉନ ହଲ ଠାରେ ଜାତୀୟ ମତଦାତା ସଚେତନତା ପାଇଁ ସକାଳ ୮ଟା ସମୟରେ ଏକ ରାଲି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ଟାଉନ ହଲ ବ୍ରହ୍ମପୁର ପର୍ଯ୍ୟନ୍ତ ଯାଇଥିଲା । ଏହି ରାଲିକୁ ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀର ଶୁଭାରମ୍ଭ କରିଥଲେ । ଏହା ପରେ ବ୍ରହ୍ମପୁର ଟାଉନ ହଲ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ କିପରି ଅଧିକରୁ ଅଧିକା ନାମ ପାଇଁ ସଚେତନ ହେବେ ତାହା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ବୈଠକରେ ଡେପୁଟି କଲେକ୍ଟର ସୁବ୍ରତ ରାମ ଭୀରାମ୍ ଶତପଥୀ, ସୁଶ୍ରୀ କସ୍ତୁରୀ ସ୍ୱାଇଁ ଯୋଗ ଦେଇ ମତଦାତା ଉପରେ ବକ୍ତବ୍ୟ ଦେଇଥିଲେ । ଏହି ସଭାରେ ବ୍ରହ୍ମପୁର ତହସିଲଦାର, ଦିଗପହଣ୍ଡି ତହସିଲଦାର, ଚିକିଟି ବି.ଡି.ଓ ଓ ଶୁଭଶ୍ରୀ ମିଶ୍ର, ସହାୟକ ଜିଲ୍ଲାପାଳ ଯୋଗ ଦେଇଥିଲେ । ଏହି ସଭାରେ ଆଗରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଉକ୍ତ ସଭାରେ ଡକ୍ଟର ପିନାକୀ ମହାନ୍ତି, ଅଧ୍ୟକ୍ଷ ରାମ ନାରାୟଣ କଲେଜ, ଡୁରା ଧନ୍ୟବାଦ୍ ଅର୍ପଣ କରିଥଲେ । ଏହି ଉତ୍ସବରେ ବିଭିନ୍ନ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ, ଅଙ୍ଗନବାଡି ଦିଦି ମାନେ ଅଂଶ ଗ୍ରହଣ କରିଥିଲେ । ଏଠାରେ ଏକ ଲୋକନୃତ୍ୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷଣ କରଯାଇଥିଲା । ଉକ୍ତ ସମାରୋହରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ ।

Leave A Reply

Your email address will not be published.