ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ୧୫ତମ ଜାତୀୟ ମତଦାତା ଦିବସ ପାଳନ ପାଇଁ ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ୧୫ତମ ଜାତୀୟ ମତଦାତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଆଜି ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନିଷ୍ପତି ଅନୁସାରେ ସକାଳ ୭ଟା ସମୟରେ କୋଶଳ କଳା ମଣ୍ଡଳ ପରିସରରୁ ଏକ ସଚେତନତା ରାଲି ମହିଳା ମହା ବିଦ୍ୟାଳୟ ଯାଏଁ ଆୟୋଜନ କରାଯିବ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ପବିତ୍ର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଡେପୁଟି କଲେକ୍ଟର (ନିର୍ବାଚନ) ରାଜେନ୍ଦ୍ର ନାୟକ, ବିଭିନ୍ନ ମହାବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଏହି ବୈଠକରେ ଯୋଗ ଦେଇଥିଲେ । ଉକ୍ତ ଦିବସ ଉପଲକ୍ଷେ ବୁଥ ଲେଭେଲ କର୍ମୀ, ଇଆର୍‌ଓ, ଏଇଆର୍‌ଓ, ସୁପରଭାଇଜର ଭଲ ପ୍ରଦର୍ଶନ କରିଥିବା ଅଧିକାରୀଙ୍କୁ ପୁରସ୍କୃତ କରାଯିବ । ସେହିପରି ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା କରାଯିବ ଏବଂ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଦେବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.