
ବଲାଙ୍ଗିର ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଆରମ୍ଭ : ବଙ୍ଗୋମୁଣ୍ଡା, ତୁରେକେଲା ଏବଂ ମୁରିବାହାଲ ବ୍ଲକ୍ରେ ଚାଲିଛି ମତଦାନ

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଯାଇଛି । ବଙ୍ଗୋମୁଣ୍ଡା, ତୁରେକେଲା ଏବଂ ମୁରିବାହାଲ ବ୍ଲକ୍ରେ ଆଜି ସକାଳ ୭ଟାରୁ ମତଦାତାମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି । ତେବେ ସଂପୃକ୍ତ ତିନୋଟି ବ୍ଲକ୍ରେ ୨ ଲକ୍ଷ ୬୩ ହଜାର ୮୦୪ ଜଣ ମତଦାତା ଭୋଟ ଦେବେ ଓ ଜନ ପ୍ରତିନିଧି ବାଛିବେ । ଏହି ତିନୋଟି ବ୍ଲକ୍ରେ ରହିଛି ୭ଟି ଜିଲ୍ଲା ପରିଷଦ ଜୋନ୍ । ତେବେ ତିନୋଟି ବ୍ଲକ୍ରେ ୬୭ଟି ଗ୍ରାମ ପଞ୍ଚାୟତରେ ଆଜି ଚାଲିଛି ଭୋଟ୍ । ମତଦାତାଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଥିବା ଅନୁମାନ କରାଯାଉଛି । ବୁଥ୍ଗୁଡ଼ିକର ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପୋଲିସ ପ୍ରଶାସନ ।