ଗଞ୍ଜାମ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ୪ ଲକ୍ଷ ୯୦ ହଜାର ୪୪ ଜଣ ମତଦାନ କରିବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜି ଅନୁଷ୍ଠିତ ହେବ । ଧରାକୋଟ, ଛତ୍ରପୁର, ଗଞ୍ଜାମ, ପାତ୍ରପୁର, ବେଲଗୁଣ୍ଠା ଆଦି ବ୍ଳକ୍‌ରେ ଆଜି ସକାଳେ ଭୋଟଗ୍ରହଣ ହେବ ବୋଲି କୁହାଯାଇଛି । ଏନେଇ ସରକାରୀ ସ୍ତରରେ ବ୍ୟାପକ ବନ୍ଦୋବସ୍ତ ଓ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ୯୨ଟି ଗ୍ରାମ ପଞ୍ଚାୟତରେ ୧୪ଟି ଜିଲ୍ଲା ପରିଷଦ ଆସନ,୧୩୮୨ଟି ବୁଥ୍‌ରେ ୧୩୮୨ଟି ୱାର୍ଡ ସଦସ୍ୟଙ୍କ ନିମନ୍ତେ ୨ ଲକ୍ଷ ୫୪ ହଜାର ୪୨୭ ଜଣ ପୁରୁଷ ଭୋଟର ଏବଂ ୨ ଲକ୍ଷ ୩୬ ହଜାର ୪୯୩ ଜଣ ମହିଳା ଭୋଟରଙ୍କ ସମେତ ସର୍ବମୋଟ ୪ଲକ୍ଷ ୯୦ହଜାର ୪୪ଜଣ ଭୋଟର ନିଜର ନାଗରିକ ଅଧିକାର ସାବ୍ୟସ୍ତ କରିବେ ଅବା ମତଦାନ କରିବେ ବୋଲି ଜଣାଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବିହିତ ପ୍ରସ୍ତୁତି ଜାରି ରଖିଛି । ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ଅତି ସମ୍ବେଦନଶୀଳ ସ୍ଥାନ ଭାବେ ୬୬ଟି ଏବଂ ସାଧାରଣ ସମ୍ବେଦନଶୀଳ ସ୍ଥାନ ଭାବେ ୧୩୩ଟି ସ୍ଥାନକୁ ଚିହ୍ନଟ କରାଯାଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ । ଏଥିପାଇଁ ସରପଞ୍ଚ ପ୍ରାର୍ଥୀରେ ୨୬୧ ଜଣ ଓ ସମିତି ସଭ୍ୟ ପ୍ରାର୍ଥୀରେ ୨୨୮ଜଣ ଏହି ତୃତୀୟ ପର୍ଯ୍ୟାୟ ଭୋଟ ନିମନ୍ତେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ।

Leave A Reply

Your email address will not be published.