jayashree

ଶେଷ ପର୍ଯ୍ୟାୟ ମତଦାନ ଜାରି

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାର ବାକିଥିବା ୩ ବ୍ଲକରେ ୬ଟି ଜିଲ୍ଲା ପରିଷଦ, ୪୨ଟି ସରପଞ୍ଚ ଓ ସମିତି ସଭ୍ୟ ସହ ୫୫୦ ୱାର୍ଡ ସଭ୍ୟ ପାଇଁ ଭୋଟରମାନେ ମତଦାନ କରୁଥିବା ଜଣାପଡିଛି । ତିନିଟି ବ୍ଲକ ଗୁରୁଣ୍ଡିଆ, ଟାଙ୍ଗରପାଲି ଓ ସୁନ୍ଦରଗଡ଼ ସଦରରେ ମୋଟ ୫୫୦ଟି ବୁଥ ହୋଇତିବା ବେଳେ ଗୁରୁଣ୍ଡିଆରେ ୧୫୭, ଟାଙ୍ଗରପାଲିରେ ୧୭୯ ଓ ସୁନ୍ଦରଗଡ଼ ସଦର ବ୍ଲକରେ ସର୍ବାଧିକ ୨୧୪ଟି ପୁଲିଂ ବୁଥ୍‌ କରାଯାଇଥିବା ଜଣାପଡିଛି । ଗୁରୁଣ୍ଡିଆରେ ୧୫୭ ବୁଥ୍‌ ମଧ୍ୟରୁ ୩୧ ବୁଥ୍‌ ସମ୍ବେଦନଶୀଳ ଓ ୧୬ଟି ବୁଥ ଅତି ସମ୍ବେଦନଶୀଳ ବୁଥ୍‌ ରହିଛି । ଟାଙ୍ଗରପାଲିରେ ୯୮ଟି ସମ୍ବେଦନଶୀଳ ଓ ୨ଟି ଅତି ସମ୍ବେଦନଶୀଳ ବୁଥ୍‌ ରହିଛି । ସୁନ୍ଦରଗଡ଼ ସଦରରେ ୮୯ ସମ୍ବେଦନଶୀଳ ଓ ୬୮ ଅତି ସମ୍ବେଦନଶୀଳ ବୁଥ୍‌ ରହିଛି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍‌ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତିନି ବ୍ଲକରେ ମୋଟ ୧ ଲକ୍ଷ ୫୩ ହଜାର ୩୩୦ ଭୋଟର ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ଟାଙ୍ଗରପାଲି ଜିଲ୍ଲା ପରିଷଦ (କ) ଜୋନ୍‌ରେ ୭ଟି ପଞ୍ଚାୟତ ଓ ୯୭ ୱାର୍ଡ ସଭ୍ୟ ଅଛନ୍ତି । ମୋଟ ‌ଭୋଟର ସଂଖ୍ୟା ହେଉଛି ୨୪ ହଜାର ୩୬୦ ଟଙ୍କା । (ଖ) ଜିଲ୍ଲା ପରିଷଦ ଜୋନ୍‌ ଅଧୀନରେ ୬ଟି ପଞ୍ଚାୟତ ଓ ୮୨ଟି ୱାର୍ଡ ରହିଛି । ମୋଟ ଭୋଟର ସଂଖ୍ୟା ହେଉଛନ୍ତି ୨୫ ହଜାର ୫୦୧ । ଗୁରୁଣ୍ଡିଆ ବ୍ଲକ (କ) ଜିଲ୍ଲା ପରିଷଦ ‌ଜୋନ୍‌ରେ ୭ଟି ପଞ୍ଚାୟତ ଓ ୮୪ ୱାର୍ଡ ରହିଛି । ମୋଟର ଭୋଟର ସଂଖ୍ୟା ହେଉଛନ୍ତି ୨୪ ହଜାର ୯୫୩। ସେମିତି (ଖ)ଜୋନ୍‌ ଅଧୀନରେ ୬ଟି ପଞ୍ଚାୟତ ଓ ୭୩ଟି ୱାର୍ଡ ରହିଛି । ମୋଟ ୨୩ ହଜାର ୪୬୬ ଭୋଟର ରହିଛନ୍ତି । ଅନୁରୂପ ଭାବେ ସୁନ୍ଦରଗଡ଼ ସଦର ବ୍ଳକ (କ) ଜିଲ୍ଲା ପରିଷଦ ଜୋନ୍‌ ଅଧୀନରେ ୯ଟି ପଞ୍ଚାୟତ ଓ ୧୨୫ଟି ୱାର୍ଡ ସଭ୍ୟ ରହିଛି । ମୋଟ ଭୋଟର ହେଉଛନ୍ତି ୨୯ ହଜାର ୫୨ ବୋଲି ସୂଚନା ରହିଛି ।

Leave A Reply

Your email address will not be published.