ଠାକୁରପାଲି ଗାଁରେ ପୁନଃ ମତଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ସରଗାଡ଼ ପଞ୍ଚାୟତ ଠାକୁରପାଲି ଗାଁରେ ଆଜି ସାନି ମତଦାନ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଦ୍ଵିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକରେ ମତଦାନ ହୋଇଥିଲା । ଠାକୁରପାଲି ଗାଁରେ ୬ ଜଣ ସରପଞ୍ଚ ପ୍ରାର୍ଥୀ ରହିଥିବା ବେଳେ ୩ ଜଣଙ୍କ ବାଲାଟ ପେପର ଭୁଲ ମୋଡ଼ିଥିବା ଓ ଅନ୍ୟାନ୍ୟ ଅନିୟମିତତା ଅଭିଯୋଗ ହେବାରୁ ସରପଞ୍ଚ ଭୋଟକୁ ସ୍ଥଗିତ ରଖାଯାଇଥିଲା । ଆଜି ଏହି ବୁଥ୍‌ରେ ପୁନଃ ମତଦାନ ହେଉଥିବା ସୂଚନା ରହିଛି ।

Leave A Reply

Your email address will not be published.