ତୁରେକେଲା ବ୍ଲକରେ ନବମ ମାସିକ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକର ୧୧ଗୋଟି ଆଞ୍ଚଳିକ ସାଧନକେନ୍ଦ୍ରରେ ନବମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ଦଲା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ବୈଠକ କୁଇବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ସିଆରସିସି ଧନସିଂ ମାଝୀଙ୍କ ତତ୍ତ୍ୱାବଧାନରେ ବୈଠକରେ ତୁରେକେଲା ସଂଯୋଜକ ଜ୍ଞାନେନ୍ଦ୍ର ମଲ୍ଲିକ, ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ଯୋଗ ଦେଇଥିଲେ । ସଂଖାଜ୍ଞାନ ଓ ଭାଷା ଉପରେ ଶିକ୍ଷକ ଶିକ୍ଷୟିତ୍ରୀ ଆଦର୍ଶ ଶିକ୍ଷାଦାନ ଦେଇଥିଲେ । ଏହି ବୈଠକରେ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ସୁନା, ଅକ୍ରୁର ପୁଟା, ହରିଶଙ୍କର ସାହୁ, ଲଳିତ କୁଅଁର, ରାଜ କିଶୋର ସେଠ ଆଦି ଯୋଗ ଦେଇଥିଲେ । ସେହିପରି ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ରର ମାସିକ ବୈଠକ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ବାଗବେଲ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ପ୍ରଦୀପ କୁମାର ମେହେର ବହୁଶ୍ରେଣୀ ସଂଖାଜ୍ଞାନ ଓ ଧର୍ମବନ୍ତୀ ପୁଟା ଭାଷା ଉପରେ ଆଦର୍ଶ ଶିକ୍ଷାଦାନ କରିଥିଲେ । ଛାତ୍ରଛାତ୍ରୀ ମାନେ ଅତିସୁନ୍ଦର ଭାବେ ଅଂଶ ଗ୍ରହଣ କରିଥିଲେ । ତାପରେ ଅପାର ଆଇଡି,ୟୁ ଡାଇସ, ଟ୍ରାକିଙ୍ଗ ରେଜିଷ୍ଟର, ସମେଟିଭ ପରୀକ୍ଷା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଶିକ୍ଷୟିତ୍ରୀ ଡାଳିମ୍ବ ମେହେର, ମାଧବୀଲତା ସାହୁ, ସୁଭଦ୍ରା ମେହେର, ବିନୋଦିନୀ ତାଣ୍ଡୀ, ଶିକ୍ଷକ ରବୀନ୍ଦ୍ର ରଥ, ପୀତାମ୍ବର ଲୁହା, ସୁରୁମଣି ମେହେର, ପ୍ରଫୁଲ୍ଲ ମାଝୀ, ଦେବ ବଗର୍ତ୍ତୀ, ଗୋପାଳ ଧରୁଆ, ଭ୍ରମରବର ମହାପାତ୍ର, ରାଜୀବ ଦାସ ଯୋଗ ଦେଇଥିଲେ ।

Leave A Reply

Your email address will not be published.