ବଲାଙ୍ଗିର ବ୍ରାହ୍ମଣ ମହାସଭାର ମାସିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିର ପରିସରରେ ବ୍ରାହ୍ମଣ ମହାସଭାର ମାସିକ ବୈଠକ ମହାଭାର ସଭାପତି ପଣ୍ଡିତ ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ପଣ୍ଡିତ ଜୟରାମ ମିଶ୍ର ଗତ ବୈଠକର ବିବରଣୀ ପଠନ ପରେ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ପଣ୍ଡିତ ପର୍ଶୁରାମ ନାୟକ ଆୟବ୍ୟୟ ସହିତ ବିଭିନ୍ନ ଖର୍ଚ୍ଚ ତାଲିକା ଗୃହୀତ କରିବା ପାଇଁ ଉପସ୍ଥାପିତ କରିଥିଲେ । ସହରର ବହୁ ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଆତ୍ମମନ୍ଥନ କରି ଆଗାମୀ ଦିନରେ କିପରି ବ୍ରାହ୍ମଣ ଏକତା ସୁଦୃଢ ହେବା ସହିତ ଅନ୍ୟାନ୍ୟ ବର୍ଗକୁ ଦିଗଦର୍ଶନ ଦେବା ଉପରେ ମତବ୍ୟକ୍ତ କରିଥିଲେ । ଉପସଭାପତି ଗୋପବନ୍ଧୁ ପୁରୋହିତ, ସଂଗଠନ ସମ୍ପାଦକ କିଶୋର ପୁରୋହିତ, ନଗର ସଭାପତି ନରେନ୍ଦ୍ର ଆଚାର୍ଯ୍ୟ ଓ ନଗର ସଂପାଦକ ସଂକୀର୍ତ୍ତନ୍ୟ ତ୍ରିପାଠୀ ମେତ ଶ୍ୟାମସୁନ୍ଦର ଦାଶ, ସୁଧୀର କୁମାର ଚାନ୍ଦ, ଶିବ ନାରାୟଣ ରଥ, ସୁଧୀର କୁମାର ତ୍ରିପାଠୀ, କୃପାସିନ୍ଧୁ ମିଶ୍ର, ସୁବାଷ ଶତପଥୀ, ସିଦ୍ଧେଶ୍ୱର ପାଣିଗ୍ରାହୀ, ସନ୍ତୋଷ କୁମାର ତ୍ରିପାଠୀ, ପ୍ରଭୁଦତ୍ତ ଶତପଥି ଇତ୍ୟାଦି ଅନେକ ସଭ୍ୟ ସାଂଗଠାନିକ ଅଭିଯାନକୁ ଆହୁରି ସୁଦୃଢ କରିବା ପାଇଁ ପ୍ରସ୍ତାବ ଗୁଡିକ ଦେଇଥିଲେ । ବୟୋଜ୍ୟେଷ୍ଠ ସଦସ୍ୟ ପଣ୍ଡିତ ଗିରିଧାରୀ ଶତପଥୀ, ଜଗନ୍ନାଥ ସଡଙ୍ଗି, ଶିବଶଙ୍କର ଖୁଆସ, ପୁରୁଷୋତ୍ତମ ପଣ୍ଡା, ଲୋକନାଥ ନେପାକ, ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ବ୍ରଜକିଶୋର ପଣ୍ଡା ଇତ୍ୟାଦିନ ଅନେକ ସଦସ୍ୟ କାର୍ଯ୍ୟଶୈଳୀ ଓ ଉନ୍ନତି ପଥ ଉପରେ ମାର୍ଗଦର୍ଶନ କରିଥିଲେ । ବିଶେଷ କରି ସାଙ୍ଗଠନିକ ଅଭିଯାନକୁ ଆହୁରି ମଜଭୁତ କରିବା ପାଇଁ ସମସ୍ତଙ୍କର ସହମତି ପ୍ରକାଶ ପାଇଥିବାରୁ ସାଂଗଠନିକ ଅଭିଯାନର ନୂତନ ସଦସ୍ୟମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଥିଲା ।

Leave A Reply

Your email address will not be published.