ବୁଢ଼ୀପଦର ପଞ୍ଚାୟତକୁ ମରୁଡି ଘୋଷଣା ନିମନ୍ତେ ଦାବୀପତ୍ର ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତକୁ ମରୁଡି ଘୋଷଣା ଦାବୀରେ ବିଡ଼ିଓ ଏବଂ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଗତ ଅଗଷ୍ଟ ୨୯ରେ ସ୍ଥାନୀୟ ରାଜୀବ ଭବନ ଠାରେ ସୁଧାଂଶୁ ଶେଖର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପଂଚାୟତର ଚାଷ ପରିସ୍ଥିତିକୁ ଅନୁଧ୍ୟାନ ଓ ତର୍ଜମା କରାଯାଇଥିଲା । ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷଜମି ଫାଟି ଆଁ କରିଥିବା ବେଳେ ଆଗକୁ ବର୍ଷା ହେଲେ ମଧ୍ୟ ଫସଲ ହେବା ସମ୍ଭାବନା ଖୁବ୍‌ କ୍ଷୀଣ । ତେଣୁ ବୁଢ଼ୀପଦର ପଂଚାୟତକୁ ମରୁଡି ଘୋଷଣା ଦାବୀରେ ନେଗୀପାଲି, ଘୁଷୁରାମୁଣ୍ଡା, ପିପିଲିପାଲି, ସଲତରପାଲି, ଲୁହୁରାପାଲି ଓ ବୁଢ଼ୀପଦର ଗ୍ରାମର ଚାଷୀମାନେ ଲୋଇସିଂହା ବିଡ଼ିଓ ଏବଂ ତହସିଲଦାରଙ୍କୁ ଭେଟି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.