oom

ପଦ୍ମପୁର ସବ୍‌ଡିଭିଜନ ବିଭିନ୍ନ ଅଞ୍ଚଳକୁ ପରିଦର୍ଶନ କଲେ ବିଜେପି ରାଜ୍ୟ ମୁରୁଡି ଅନୁସନ୍ଧାନ ଦଳ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସବ୍‌ଡ଼ିଭିଜନରେ ବିଜେପି ରାଜ୍ୟ ଏକ ମରୁଡି ଅନୁସନ୍ଧାନ ଟିମ ଗସ୍ତ କରି ବିଭିନ୍ନ ଅଞ୍ଚଳ ବୁଲି ମରୁଡି ସ୍ଥିତି ପରିଦର୍ଶନ କରିଥିଲେ । ସାରା ରାଜ୍ୟରେ ଏବେ କମ୍‌ ବର୍ଷା ହେଉଥିବାରୁ ବର୍ତ୍ତମାନ ପ୍ରାୟତଃ ସମସ୍ତ ଜାଗାରେ ମରୁଡି କରାଳ ରୂପ ନେବାରେ ଲାଗିଛି ଆଉ ସ୍ଥିତି ଭୟଙ୍କର ହେଉଛି ଏହି ଟିମ୍‌ ପଦ୍ମପୁର ବ୍ଲକର ବରିକେଲ ଓ ଝାରବନ୍ଧର ଜଗଦଳପୁର ଆଉ ବିଭିନ୍ନ ଜାଗାକୁ ପରିଦର୍ଶନ କରିଥିଲେ ଏବଂ ଚାଷୀଙ୍କ ସହ ମରୁଡ଼ିର ଚର୍ଚ୍ଚା କରିଥିଲେ କେମିତି ଆଗାମୀ ଦିନରେ ମରୁଡି ଘୋଷଣା ହେବ ଅନୁସନ୍ଧାନ ପାଇଁ ରାଜ୍ୟ ବିଜେପି ଦ୍ୱାରା ଏକ ଟିମ୍‌ ଗଠନ କରାଯାଇଛି । ମରୁଡି ସ୍ଥିତି ଅନୁଧ୍ୟାନ କରି ଓଡିଶା ସରକାର ତଥା କେନ୍ଦ୍ର ସରକାର ପାଖେ ଉପସ୍ଥାପନ କରିବେ ଏଥିରେ ବରଗଡ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ଉପସଭାପତି ତଥା ରେଙ୍ଗାଲି ବିଧାୟକ ନାଉରି ନାଏକ, ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଚନ୍ଦ୍ରଶେଖର ପଣ୍ଡା, ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ରବିନାରାୟଣ ଦାସ, ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ପ୍ରୀତେଶ ବହିଦାର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ବ୍ଲକ ଅଧ୍ୟକ୍ଷ କୁମରମଣି ନାଏକ, ଜିଲ୍ଲା ଉପସଭାପତି ସରୋଜ ସାମଲ, ଜିଲ୍ଲା ସଭାପତି ଏସ୍‌ଟି ମୋର୍ଚ୍ଚା ପୁରୁଷୋତ୍ତମ ନାଏକ, ସାଂସଦ ପ୍ରତିନିଧି ଚିନ୍ମୟ ପଣ୍ଡା, ବରିକେଲ ମଣ୍ଡଳ ସଭାପତି ସୌକୀଲାଲ ସାହା, ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ମଦନମୋହନ ପଟେଲ, ଜଗଦଳପୁର ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲ, କୃଷକ ମୋର୍ଚ୍ଚା ଆଇଟି ସେଲ ନୀଳାଞ୍ଚଳ ଦରୁଆନଙ୍କ ସମେତ ସମସ୍ତ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.