ମର୍ମନ୍ତୁଦ ଦୁର୍ଘଟଣା : ଜୀବନ୍ତ ଜଳିଗଲେ ଟ୍ରକ ଡ୍ରାଇଭର

ଢେଙ୍କାନାଳ : ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍‌ନାକୁ ଆସିଛି । ଏକ ହାଇୱାକୁ ପଛପଟୁ ଅନ୍ୟ ଏକ ହାଇୱା ପିଟିବା ପରେ ରାସ୍ତା ଉପରେ ଜଳିଯାଇଛି ଗାଡି ଏବଂ ଗାଡି ଭିତରେ ଜୀବନ୍ତ ଜଳିଗଲେ ଡ୍ରାଇଭର । ମୃତ ଡ୍ରାଇଭର ଜଣଙ୍କ ହେଉଛନ୍ତି ଝାଡଖଣ୍ଡର ସୁନୀଲ ଯାଦବ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଆଶ ଟ୍ରକ କମ୍ପାନୀର ଏକ ହାଇୱା ଢେଙ୍କାନାଳ ଜିଲ୍ଲା କଂଟାବଣିଆ ସ୍ଥିତ ବିଆରଜି ପ୍ଲାଂଟରୁ ପାଉଁଶ ବୋଝେଇ କରି କାମାକ୍ଷାନଗରରେ ଜାତୀୟ ରାଜପଥ ସଂପ୍ରସାରଣ କାମକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କାମାକ୍ଷାନଗର ଜଡାପାଳ ନିକଟରେ ରାସ୍ତାକଡରେ ଛିଡା ହୋଇଥିବା ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲା ଅନ୍ୟ ଏକ ହାଇୱା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.