ଗାଈକୁ ଧକ୍କା ଦେଇ ମାର୍କେଟ୍‌ ଭିତରକୁ ପଶି ଗଲା ସ୍କର୍ପିଓ : ଅଳ୍ପକେ ବର୍ତ୍ତିଲେ ୫ ଜଣ ଯାତ୍ରୀ

କଳାହାଣ୍ଡି : ଗାଈକୁ ଧକ୍କା ଦେଇ ମାର୍କେଟ୍‌ ଭିତରକୁ ପଶି ଗଲା ସ୍କର୍ପିଓ । ଅଳ୍ପକେ ବର୍ତ୍ତିଲେ ୫ ଜଣ ଯାତ୍ରୀ । କଳାହାଣ୍ଡି ଧର୍ମଗଡ଼ ସହରରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଯାତ୍ରୀ ଅଳ୍ପକେ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଖବରମୁତାବକ, ବିଳମ୍ବିତ ରାତିରେ ଏକ ସ୍କର୍ପିଓ ଦ୍ରୁତ ଗତିରେ ଆସି ପ୍ରଥମେ ରାସ୍ତାରେ ଶୋଇଥିବା ଏକ ଗାଈକୁ ଧକ୍କା ଦେଇଥିଲା । ଏହା ପରେ ଏକ ଦୋକାନ ଭିତରକୁ ସର୍ଟର ଭାଙ୍ଗି ପଶିଯାଇଥିଲା । ଦୁର୍ଘଟଣାରେ କାର୍‌ଟି ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି । ଦୁର୍ଘଟଣା ସମୟରେ ଦୋକାନ ଭିତରେ କେହି ନଥିବାରୁ ବଡ ବିପଦ ଟଳିଯାଇଛି । ପୋଲିସ ଗାଡିଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.