
ମଦନର୍ ମନ୍ ବଡ଼ା ଦୁଖ୍ । ବାଏବିଛୋ ହେଇଯଉଛେ । ସରପଁଚ୍ ଟେ ହେବାର୍ ଲାଗି ତିନ୍ ଖେପ୍ ହେଲାନ’ ଖଦିଆ ଖୁଚୁଛେ ଯେ କେଭେ ସଜ୍ ନେଇଁ ହଉଛେ । ପହେଲା ଥରର୍ କଥା ଟିକେ ଦୁସ୍ରା ଆଏ । ହେଲେ ଗଲା ଥରର୍ ଇଲେକ୍ସନ୍ ଥି ୧୨ଟା ଭୋଟ୍ ଥି ହାରିଗଲା । ହେଥିର୍ ଲାଗି ଇ’ ଖେପି ସୁନା ରୂପା ଗହନା ପକେଇ, ଜମିବାଡ଼ି ବନ୍ଧକ୍ ରଖି ଟଁକା ପଏସା ଠୁଲେଇ କରି ବନେ ତୁଡେ଼ ବାଁଟି ଦେଇଥିଲା । ମାତର୍କ’ ସବୁ ଫୁସ୍କି ଗଲା । ଦେଢ଼ ଶ’ ଭୋଟ୍ ଥି ହାରିଗଲା ବୁପ୍ରା । ତାର୍ ସାଙ୍ଗେ ସର୍ପଁଚ୍ ଥି ଉଠିଥିବାର୍ ଜଗନ୍ ଭେଁଡ଼ିଆ ଜିତ୍ଲା । ସବୁଠାନୁ ଦୁଖର୍ କଥା ଯେ, ଜଗନ୍ ପରେ ପାଁଚ୍ ପଏସା ଖର୍ଚା ନେଇଁ କରି । ତାର୍ କାଗଜ୍ ପତର୍ ଖର୍ଚା ବି ଗାଁର୍ ପାଠାଗାର୍ ପିଲାମାନେ କରିଛନ୍ । ହେନ୍ତି ହେନ୍ତି ଉପ୍ରେ ଉପ୍ରେ ଭେଁଡ଼ିଆ ଜିତିଗଲା ।
ମଦନ ବଡ଼ା ଆଶ୍ ରଖିଥିଲା- ଇ’ ଖେପି ଅଲ୍ବତ୍ ସରପଁଚ୍ ହେବା । ଆଘର୍ ଦୁଇ ଖେପିର୍ ଇଲେକ୍ସନ୍ ଖର୍ଚା ବି ବାହାର୍ କରିଦେବା । ହେଲେ ସବୁ ଛୁଚା ଭଟ୍ । ମୁଡେ଼ ହାତ୍ ଦେଇକରି ବସିଛେ । ଗହନା ଦିଆ ସୁନା ରୂପା ଆର୍ ବନ୍ଧକ୍ ପଡ଼ିଥିବାର୍ ଜମିବାଡ଼ି କେନ୍ତା କରି ମୁକ୍ଲାବା ଯେ’ ବୁଧି ବାଟ୍ ନେଇଁ ଦିଶ୍ବାର୍ । ଜଗନ୍ କେ ଜଜର୍ମାନ୍ ଛାଡ଼ି ଯାଉଥାଏ ମନେ ମନେ । – କେତେ ଖର୍ଚା ବାର୍ଚା କରି ତାର୍ ବୁଆମା’ ପାଠ୍ସାଠ୍ ପଢ଼ାଲେ…. ଶଶୁରା ଚାକିରି ବାକିରି କର୍ବାର୍ ଛାଡ଼ି ସରପଁଚ୍ ଥି ଠିଆ ହେଲା । ଫେର୍ ମତେ ବର୍ମସିଆ କରିଦେଲା ।
ଜଗନ୍ ମଦନ ଘରର ଦୁଆର୍ ମୁହୁଁ କେ ଆସିକରି ଡାକ୍ଲା – କକା, ହଏ ବୋ’ କକା…. ଘରେ ଅଛୁ କାଏଁ?
ମଦନ ଘରୁ ବାହାର୍ଲା । ତାର୍ ମୁହୁଁ ଫନ୍ଫନେଇ ଯଉଥାଏ । ଜଗନ୍ ମଦନର ପାହା ବେଟି କରି ଜୁହାର୍ କଲା । ବଏଲା – କକା, ହାର୍ ଜିତ୍ ତ’ ଜଗତ୍ ଥି ଲାଗିଛେ ଗୋ’ । ମୋର୍ ବି ମନ୍ ନେଇଁ ଥାଇ । ଗାଁର୍ ପିଲାମାନ୍କର୍ ଲାଗି ସରପଁଚ୍ ହେଇଛେଁ । ମୁଇଁ ସରପଁଚ୍ ହେଲେ ବି କାଏଁ ହେଲା, ତୁଇ ହେଲା ବାଗିର୍ଟା ହେଟା । ମିଲିମିଶି କରି ଗାଁର୍ କାମ୍ କର୍ମା ସଭେ । ତୋର୍ ଅଫିସ୍ ହେଟା । ତୁଇ ଯାହା ବତାବୁ, ସେଟା କର୍ମା । ଦୁଖ୍ମନା ନେଇଁ ହେବୁ ହାରିଗଲିଁ ବଲି । ତୋର୍ ପିଲା ଜିତିଛେ ପରେ… ।
ଜଗନ୍ କେ ପୁଟ୍ଲେଇ ଧର୍ଲା ମଦନ । ବଡ଼ା ଗହକି ହେଲା । ଜଗନ୍ ଗଲା ଉତ୍ରୁ ଭାବ୍ଲା – ଇଥିର ଲାଗି ବିନ୍ ପଏସା ଥି ଜଗନ୍ ଜିତ୍ଲା ଆର୍ ମୁଇଁ ମୁଠା ମୁଠା ପଏସା ଝିଁଟି କରି ବି ହାରିଗଲିଁ । ତାର୍ ଭାବ୍ନା ଅଲଗ୍ ଆଏ । ମୁଇଁ ତାହାକେ ରିସ୍ମି ହଉଛେଁ ଆର୍ ସେ ମତେ ବାପ୍ ସମାନର୍ ଲୋକ୍ ବଲି ପାହା ଧୁଇଲ୍ ନେଇ ସାହାପଟ୍ ମାଗୁଛେ । ମର୍ବାର୍ ସାଜୋ ଆଏ…. ।
- ଆନଂଦ ଚଂଦ୍ର ସାହୁ