oom

ବେଙ୍ଗଲୋରରେ ଓଡ଼ିଆ ଝିଅ ମାରାଥନରେ ଭାଗ ନେଇ ପୁରସ୍କୃତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଟିସିଏସ ୱା୍ଲଡ଼ ଟେନକେ ବେଙ୍ଗୁଲୁରୁ ୨୦୨୫ ମାରାଥନରେ ଓଡ଼ିଆ ଝିଅ ଭାଗନେଇ ପୁରସ୍କୃତ ହୋଇଛନ୍ତି । ସେ ହେଲେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସମାଜସେବୀ ବଡ ଶତପଥୀଙ୍କ ଝିଅ ସଫ୍ଟୱେର ଇଞ୍ଜିନିୟର ଅଙ୍କିତା ଶତପଥି । ଟିସିଏସ ୱାର୍ଲଡ ଟେନକେ ବେଙ୍କଲୁରୁ ୨୦୨୫ ତରଫରୁ ହେଉଥିବା ମାରାଥନ ଦୌଡ଼ରେ ଭାଗ ନେଇ ରବିବାର ସକାଳ ୬ଟାରେ ରାଜେନ୍ଦ୍ର ସିଂଜୀ ଆର୍ମି ଅଫିସର ଲନ୍ଟିଟ୍ୟୁଟ କ୍ରିକେଟ ଗ୍ରାଉଣ୍ଡରୁ ବାହାରି ଦୀର୍ଘ ଦଶ କି.ମି.ରାସ୍ତା ଦୌଡ଼ି ଏକ ଘଣ୍ଟା ପନ୍ଦର ମିନିଟରେ ସମ୍ପୂର୍ଣ୍ଣ କରିଥିଲେ । ଓ ପୁରସ୍କାର ସ୍ୱରୂପ ଟ୍ରଫି ସହିତ ଅନ୍ୟାନ୍ୟ ଜିନିଷ ପାଇଥିଲେ । ଖବର ପାଇ ୟଶବନ୍ତପୁର ବେଙ୍ଗୁଲୁରୁର ତାଙ୍କ ସାଙ୍ଗସାଥି ମାନେ ଓଡ଼ିଆ ପରିବାର ତରଫରୁ ଅଭିନନ୍ଦନ ଜଣାଇଥିଲେ । ଏହି ଦୌଡରେରେ ପ୍ରାୟ ୩୫ ହଜାର ପୁଅ ଝିଅ ଯୁବକ ଯୁବତୀ ବୁଢା ବୁଢ଼ୀ ୧୬ ବର୍ଷରୁ ୬୦ ବର୍ଷ ଯାଏ ଭାଗ ନେଇଥିଲେ । ଏକ ଘଣ୍ଟା କୋଡିଏ ମିନିଟ ମଧ୍ୟରେ ଯେଉଁମାନେ ଦଶ କିମି ରାସ୍ତା ଦୌଡ଼ି ଥିଲେ ତାଙ୍କୁ ସ୍ୱତନ୍ତ୍ର ପୁରସ୍କାର ମିଳିବା ସହ ବାକି ଯେଉଁ ମାନେ ଦଶ କିମି ରାସ୍ତା ଦୌଡ଼ି ଥିଲେ ତାଙ୍କୁ ମଧ୍ୟ୍ୟ ପୁରସ୍କୃତ କରାଯାଇଥିଲା । କୁମାରୀ ଇଂ ଅଙ୍କିତା ଏକାଧାରରେ ଜଣେ ପର୍ବତ ଚଢ଼ାଳି, ଦୌଡାଳି, ପ୍ରକୃତି ପ୍ରେମି, ଯୋଗ, ପ୍ରାଣାୟାମ ନିଜେ କରି ଅନ୍ୟ ଲୋକଙ୍କୁ ଶିଖାଇବା, ଲୋକଙ୍କୁ ସାହାଯ୍ୟ କରିବା, ବିଶେଷ କରି ବୁଢ଼ା ବୁଢ଼ୀ ମାନଙ୍କୁ ଭଲପାଇ ସାହାଯ୍ୟ କରିବା ଇଂ ଅଙ୍କିତାଙ୍କର ନିତିଦିନିଆ କାମ ବୋଲି ସେ କହିଛନ୍ତି ।

jittmm
Leave A Reply

Your email address will not be published.