ppurohit

୧୫ ନମ୍ବର ଜୋନରେ ଚଳଚ୍ଚିତ୍ର ଅଭିନେତ୍ରୀ ପୁନମ ଓ ବିଧାୟକଙ୍କ ମାରାଥନ ପ୍ରଚାର

2nd

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆଗାମୀ ୨୦ତାରିଖରେ ଗଞ୍ଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରହିଥିବା ବେଳେ ନିର୍ବାଚନ ମଇଦାନ ସରଗରମ ହେବାରେ ଲାଗିଛି । ବୁଧବାର ୧୫ ନମ୍ବର ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥି ସନାତନ ବେହେରାଙ୍କ ପାଇଁ ବିଜେଡି ପକ୍ଷରୁ ମାରାଥନ ପ୍ରଚାର କରାଯାଇଥିବା ଜଣାପଡିଛି । ଚଳଚ୍ଚିତ୍ର ଅଭିନେତ୍ରୀ ପୁନମ ମିଶ୍ର ପ୍ରଚାର ମଇଦାନରେ ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ନିର୍ବାଚନ ପ୍ରଚାର ଜୋରଦାର କରାଯାଇଛି । ବୁଧବାର ପୂର୍ବାହ୍ନରୁ ପାଳିବନ୍ଧ ପଞ୍ଚାୟତରୁ ଆରମ୍ଭ କରି ରାମଗଡ଼, ହୁମ୍ମା, ସୁବଳୟା, ଜେଆରଜିପୁର ଆଦି ବିଭିନ୍ନ ପଞ୍ଚାୟତ ଗ୍ରସ୍ଥ କରି ଜିଲ୍ଲା ପରିଷଦ ସଭ୍ୟ ସନାତନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିପୁଳ ସଂଖ୍ୟାରେ ଜିତେଇ ଆଣି ସ୍ଥାନୀୟ ଅଞ୍ଚଳର ବିକାଶ ତ୍ୱରାନ୍ୱିତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ହାତ ମୁଠାକୁ ସୁଦୃଢ଼ କରିବାକୁ ପ୍ରସଙ୍ଗ କରି ନିର୍ବାଚନ ପ୍ରଚାର କରାଯାଇଛି । ଏଥିସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ସଭ୍ୟ ମାନଙ୍କୁ ଜିତାଇ ଆଣିବାକୁ ଭୋଟର ମାନଙ୍କୁ ଆକୃଷ୍ଟ କରାଯାଇଛି । ଗଞ୍ଜାମ ବିଜେଡି ନଗର ଯୁବ ସଭାପତି ସୁଧିର କୁମାର ପାଢୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ରଞ୍ଜିତ ପଲାଇ, ଛାୟାକାନ୍ତ ପଲାଇ, ପ୍ରଦୀପ କୁମାର ପାତ୍ର, ପ୍ରମୋଦ କୁମାର ପଣ୍ଡା, ଏଲ.ଗୋପାଳ ରାଓ, ଶିବ ପ୍ରସାଦ ସ୍ୱାଇଁ, ମନୋଜ ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ନିର୍ବାଚନ ପ୍ରଚାରରେ ସାମିଲ ଥିଲେ ।

Leave A Reply

Your email address will not be published.