ହକି ବିଶ୍ଵକପ ୨୦୨୩ ପାଇଁ ଖପ୍ରାଖୋଲରେ ମିନି ମାରାଥନ

ଖପ୍ରାଖୋଲ, (ଅଶୋକ ବାଗ) : ପାଖେଇ ଆସୁଛି ହକି ବିଶ୍ୱକପ । ସମୟ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ପଲ୍ଲୀଠୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଉତ୍ସାହ । ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ ଓଡ଼ିଶାରେ ଆୟୋଜନ ହେଉଥିବା ବେଳେ ସମସ୍ତଙ୍କୁ ଘାରିଛି ହକି ମାନିଆ । ସେହିପରି ବିଶ୍ୱକପ ହକି ପାଇଁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜନ ହୋଇଛି ହକି ପାଇଁ ଗଣ ଦୌଡ଼ । ସବୁ ବର୍ଗର ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ଦେଖିବାକୁ ମିଳିଛି । ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ହକି ବିଶ୍ୱ କପର କେତେକ ମ୍ୟାଚ୍‌ ଖେଳାଯିବା ସହ ଭୁବନେଶ୍ୱରରେ କିଛି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ବିଭିନ୍ନ ଦେଶର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚିଲେଣି । ଆଜି ଆୟୋଜିତ ହୋଇଥିବା ଗଣ ଦୌଡ ଖପ୍ରାଖୋଲ ହାଇସ୍କୁଲ ଖେଳ ପଡିଆ ଠାରୁ ବାହାରି ଗ୍ରାମ ପରିକ୍ରମା କରି ଆଦର୍ଶ ବିଦ୍ୟାଳୟ ଠାରେ ଶେଷ ହୋଇଥିଲା । ଏହି ଦୌଡ଼ରେ ଖପ୍ରାଖୋଲ ପୋଲିସ, ବନ ବିଭାଗ, ବ୍ଲକର ପ୍ରାୟ ସମସ୍ତ ଅଧିକାରୀ ଓ କର୍ମଚାରୀ, ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ଅନୁଷ୍ଠାନର ସଭ୍ୟମାନେ ଏହି ଦୌଡ଼ରେ ସାମିଲ ହୋଇଥିଲେ । ଦେଖିବାକୁ ଗଲେ ବ୍ଲକର ପ୍ରାୟ ଦେଢ଼ ସହରୁ ଅଧିକ ଲୋକ ସାମିଲ ହୋଇଥିଲେ ।

Leave A Reply

Your email address will not be published.