ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ଜାତୀୟ ହାଫ ମାରାଥନ । ଭୋର୍ ସକାଳୁ ସକାଳୁ ଦୌଡ଼ିଛି ବଲାଙ୍ଗିର । ଯୋଗ ଦେଲେ ରାଜ୍ୟ ତଥା ରାଜ୍ୟ ବାହାରର ଶହ ଶହ ପ୍ରତିଯୋଗୀ । ବଲାଙ୍ଗିର ମାରାଥନ ଆସୋସିଏସନ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଅଲଇଣ୍ଡିଆ ଜାତୀୟ ହାଫ ମାରାଥନ । ଏହି ମାରାଥନରେ ରାଜ୍ୟ ତଥା ରାଜ୍ୟ ବାହାରର ଶହ ଶହ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ପାଞ୍ଚ, ଦଶ ଏବଂ ଏକୋଇଶି କିଲୋମିଟର, ତିନୋଟି କ୍ୟାଟାଗୋରୀରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଗାନ୍ଧୀଷ୍ଟାଡିୟମ ଠାରୁ ସକାଳ ପାଞ୍ଚଟା ତିରିଶରୁ ବାହାରିଛି ଏହି ମାରାଥନ । ଆଉ ଏହି ମାରାଥନରେ ଖୋଦ୍ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଦଶ କିଲୋମିଟରରେ ଭାଗ ନେଇଥିଲେ । ଏହାସହ ମାରାଥନ୍ରେ ଅତିଥି ଭାବରେ ଆସିଥିବା ଦୌଡ଼ରାଣୀ ଦୁତି ଚାନ୍ଦ ମଧ୍ୟ ଯୋଗଦେଇଥିଲେ ।