ଅଚଳ ନଳକୂପ ମରାମତି ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ପାନୀୟ ଜଳ ଯୋଗାଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ୱତନ୍ତ୍ର ପାନୀୟ ଜଳ ଯୋଗାଣରେ କାର୍ୟ୍ୟ ସମ୍ପାଦନ କରିବା ପାଇଁ ପଞ୍ଚାୟତ ସମିତି ଠାରୁ ପଞ୍ଚାୟତ ସ୍ତରରେ ସରକାର କର୍ମଚାରୀ ନିଯୁକ୍ତି କରିଛନ୍ତି । ସବୁ ଗ୍ରାମର କେହିବି ଜଣେ ହେଲେ ଶୁଦ୍ଧ ପାନୀୟ ଜଳ ବଞ୍ଚିତ ନ ରୁହେ ସେଥିପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଲୋକଙ୍କୁ ପିଇବା ପାଣି ମିଳୁନଥିବା ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକ ଲଉଡିଦରହା ଗ୍ରାମ ପଞ୍ଚାୟତ ଲଉଡିଦରହା ଗ୍ରାମର ବସଷ୍ଟାଣ୍ଡ ଠାରେ ଥିବା ନଳକୂପ ଆଜକୁ ମାସେରୁ ଅଧିକ ଦୀନ ହେବ ମରାମତି କାର୍ୟ୍ୟ ହୋଇପାରୁ ନାହିଁ । ପାଇପ ପାଣି ବ୍ୟବସ୍ଥା ପୁରା ହୋଇପାରୁ ନାହିଁ । ସକାଲବେଳା ଏବଂ ଉପରବେଳା କମ ସମୟ ଲାଗି ଜଳ ଯୋଗାଣ ହେଉ ଥିବାରୁ ପଡା ବାସୀଙ୍କ ଜଳ ଚାହିଦା ପୂରଣ ହୋଇ ପାରୁ ନାହିଁ । ଦଳିତ ପଡାକୁ ଯାଇ ନଳ କୂପରୁ ପାଣି ଆଣିବା କଷ୍ଟକର ହେଉଛି । ଅଚଳ ହୋଇ ପଡ଼ିଥିବା ନଳକୂପକୁ ସଜାଡ଼ିବା ପାଇଁ ଗାଁ ଲୋକେ ଦାବୀ କରିଛନ୍ତି । ତୁରନ୍ତ ପାନୀୟଜଳର ସୁବିଧା ଯୋଗାଇ ଦେବାକୁ ଦାବୀ ହୋଇଛି ।

Leave A Reply

Your email address will not be published.