oom

ମରଣ ଯନ୍ତା ପାଲଟିଛି ରାସ୍ତା : ତୁରନ୍ତ ମରାମତି ପାଇଁ ଦାବୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୦୧୯ ମସିହା ଅଗଷ୍ଟ ମାସରେ ବଲାଙ୍ଗିର ସହରରେ ସୃଷ୍ଟି ହୋଇଥିବା ବଡ ବନ୍ୟା ସମୟରେ ବଲାଙ୍ଗିର ସତ୍ୟନାରାୟଣ ପଡାର ମହିଂଦ୍ରା ଟ୍ରାକ୍ଟର୍ସ ଏବଂ ହିରୋ ମୋଟରସାଇକେଲ ସୋ’ ରୁମ୍ ମଧ୍ୟସ୍ଥ ପୂର୍ବ ଦିଗକୁ ଲମ୍ବି ଯାଇଥିବା କଂକ୍ରିଟ୍ ରାସ୍ତା ସଂପୂର୍ଣ୍ଣ ରୂପେ ଧୋଇ ଯାଇ ଅନେକ ଖାଲଖମା ହୋଇଯାଇଥିଲା । ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇ ପାରିନାହିଁ । ରାସ୍ତାଟି ଏପରି ଶୋଚନୀୟ ଅବସ୍ଥାରେ ଅଛି ଯେ, ପ୍ରତିଦିନ ପ୍ରାୟ କିଛି ନା କିଛି ଦୁର୍ଘଟଣା ଘଟୁଛି, ଯଦ୍ୱାରା ଜନଜୀବନ ବିପନ୍ନ ହେବାରେ ଲାଗିଛି । ରାସ୍ତାରେ ବହୁତ ଖାଲ ଥିବା ହେତୁ ବର୍ଷା ପାଣି ଜମା ହୋଇ ରହୁଛି ଓ ଆଦୌ ନିଷ୍କାସିତ ହୋଇ ପାରୁନାହିଁ । ସାମାନ୍ୟ ବର୍ଷାରେ ଅଂଚଳଟି ଜଳମଗ୍ନ ହୋଇପଡୁଛି । ଦିନକୁ ଦିନ ମଶା-ମାଛିର ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟା ସମାଧାନ ପାଇଁ ବିହିତ ପଦକ୍ଷେପ ନେବାକୁ ପଡାବାସୀ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.