oom

କୋଠି ଯୋର ବ୍ରିଜ୍ ତୁରନ୍ତ ହେଲା ମରାମତି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ଡୁଡୁକା ବ୍ଲକ ସାଲେଭଟା କୁଟାସିଂହା ରାସ୍ତାର ହରଭଙ୍ଗା ଡୁଙ୍ଗୁରିପାଲି ମଧ୍ୟରେ ନୂତନ ନିର୍ମିତ କୋଠିଯୋର ସେତୁ ନିମ୍ନମାନର କାମ ଯୋଗୁଁ ଭାଙ୍ଗି ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା । ଫଳରେ ଯାତାୟାତ ଠପ ହୋଇଥିଲା । ଯାତ୍ରୀମାନେ ବହୁ ଅସୁବିଧା ଭୋଗୁଥିଲେ । ଏନେଇ ଗତ ୩୦ ତାରିଖରେ ସମ୍ବାଦରେ ଖବର ପ୍ରକାଶ ପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଥିଲା । ସ୍ଥାନୀୟ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀ ଆସି ଯାଞ୍ଚ କଲାପରେ ଶୀଘ୍ର ସେତୁର ମରାମତି କରାଯାଇଛି । ବର୍ତ୍ତମାନ ଗମନାଗମନର ସମସ୍ୟା ଦୂର ହୋଇଛି ।

jittmm
Leave A Reply

Your email address will not be published.