ପାଇକମାଲ ପୋଲିସ ହାତରେ ୪ ଗୋରୁ ମାଫିଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅଞ୍ଚଳରୁ ଗୋଟିଏ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା ଖବର ପାଇ ପାଇକମାଲ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉ କରିଥିଲେ । ଚଢ଼ାଉ କରି କଣ୍ଟେନରରେ ୧୯ଟି ଗାଇ ସହ ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତମାନେ ହେଲେ ପାଇକମାଲ ଥାନା ମାଣ୍ଡୋସିଲ ଗାଁର ଶେଖ ଇକବାଲ ମହମ୍ମଦ ଓରଫ ହୁସେନ, ବରତୁଣ୍ଡାର ଇବ୍ରାହିମ ମହମ୍ମଦ, ବରତୁଣ୍ଡାର ସୋହଲ ଖାନ ଓ ବିଜେପୁର ଥାନା ବୁଢାଦର୍ହାର ଆଲୋକ ମହାନନ୍ଦ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପାଇକମାଲ ଥାନା ବରତୁଣ୍ଡା ଗୋରୁବଜାରରୁ ଏହି ଗୋରୁ ମାଫିଆମାନେ ଉତ୍ତରପ୍ରଦେଶକୁ ଗୋରୁ ଚାଲାଣ କରୁଥିଲେ । ଏହି ଚାଲାଣରେ ଆଉ କିଏ ସମ୍ପୃକ୍ତ ରହିଛନ୍ତି ସେ ବିଷୟରେ ତଦନ୍ତ ଜାରି ରଖିଛି ପୋଲିସ । ଏହି ଗୋରୁ ମାଫିଆମାନେ ପୂର୍ବରୁ ମଧ୍ୟ ପୋଲିସକୁ ଚକମା ଦେଇ ବରତୁଣ୍ଡା ଗୋରୁବଜାରରୁ ଗୋରୁ ଚାଲାଣ କରୁଥିଲେ । ହେଲେ ଆଜି ପୋଲିସ କାବୁ କରିବାରେ ସକ୍ଷମ ହୋଇଛି ।

Leave A Reply

Your email address will not be published.