ବାଲିଗୁଡା ଅଂଚଳରେ ମାଓ ପୋଷ୍ଟର : ସ୍ଥିତି ଜାହିର କଲେ ମାଓବାଦୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କିଛିଦିନ ବ୍ୟବଧାନ ବାଲିଗୁଡା ଥାନା ଅଂଚଳରେ ପୁଣି ଲାଲ ଆତଙ୍କ । ବାଲିଗୁଡା ଥାନାର ବାରଖମା, ରେବିଙ୍ଗିଆ, ବାଟାଗୁଡା ଓ ମିଡିଆପଡାଙ୍ଗା ଅଂଚଳରେ ଲାଗିଲା ମାଓ ପୋଷ୍ଟର । ପୋଷ୍ଟରମାରି ନିଜର ସ୍ଥିତି ଜାହିର କଲେ କେକେବିଏନ ମାଓ ସଂଗଠନ । ପୋଷ୍ଟରରେ ଜନସାଧାରଣଙ୍କୁ ଜଙ୍ଗଲକୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ପାଇଁ ବାରଣ କରିଥିବା ସହ ଏହି ସବୁ ଜଙ୍ଗଲରେ ବିଭିନ୍ନ ସ୍ଥାନରେ ବମ ଖଞ୍ଜା ଯାଇଥିବା ପୋଷ୍ଟରରେ ଉଲ୍ଲେଖ ଅଛି । ଗଂଜେଇ କାଟିବାକୁ ଆସୁଥିବା ପୋଲିସ କର୍ମଚାରୀ ଓ ବନ କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ପାଇଁ ଆହ୍ୱନ ଦେଇଛନ୍ତି । କୁମ୍ବିଙ୍ଗ ନାମରେ ଆସି ମା ଭଉଣିମାନଙ୍କୁ ଅତ୍ୟାଚାର, ବଳାତ୍କାର ଭଳି ବିଭିନ୍ନ ହଇରାଣ ହରକତ କରୁଥିବା ଅଭିଯୋଗ ହେଉଛି । ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ବର୍ଜନ କରିବା ସହ ସରକାରୀ ମଦ ଦୋକାନ ବନ୍ଦ ପାଇଁ ଆହ୍ୱାନ ଦେଇଛନ୍ତି । ଡିସେମ୍ବର ୨ରୁ୮ ତାରିଖ ପର୍ଯ୍ୟନ୍ତ ମାଓ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି । ଶେଷରେ ସିପିଆଇ (ମାଓବାଦୀ) କେକେବିଏନ ଡିଭିଜନ କମିଟି ପୋଷ୍ଟରରେ ଉଲ୍ଲେଖ ଅଛି । ଏହି ମାଓ ପୋଷ୍ଟର ଲାଗିବା ପରେ ଅଂଚଳରେ କୋକୁଆ ଭୟ ଖେଳିଯାଇଥିବା ବେଳେ ବାଲିଗୁଡା ପୋଲିସ ତରଫରୁ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.