ପୋଲିସ ଡିଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ

ମାଲକାନଗିରି : ପୋଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ୨ ଜଣ ହାର୍ଡକୋର ମାଓବାଦୀ ଆଜି ମାଲକାନଗିରିରେ ଆତ୍ମସମର୍ପଣ କରିଛନ୍ତି । ଆଜି ପୋଲିସ ଡିଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ଦୁଇ ମାଓବାଦୀ ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର । ସବିତା ନାଁରେ ୨ ଲକ୍ଷ ଓ ରାଇଧର ନାଁରେ ଲକ୍ଷେ ଟଙ୍କା ପୁରସ୍କାର ରାଶି ଥିଲା । ବହୁ ଦିନରୁ ଏମାନେ ମାଓ ସଂଗଠନରେ ଜଡିତ ଥିଲେ । ସଂଗଠନର ବିଚାରଧାରାରେ ବିତସ୍ପୃହ ହୋଇ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଯୋଜନା କରିଥିଲେ ।

Leave A Reply

Your email address will not be published.