ବିଜାପୁର ଜିଲାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଦୁଇଟି ଟିପ୍ପରକୁ ଜାଳିଦେଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲାରେ ଶୁକ୍ରବାର ମାଓବାଦୀମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଦୁଇଟି ଟିପ୍ପରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି । କାତୁରୁ ଥାନା ଅନ୍ତର୍ଗତ ବରଗାପଡା ଗ୍ରାମ ନିକଟରେ ଏହି ରାସ୍ତା ନିର୍ମାଣ ଚାଲିଥିବା ବେଳେ ସକାଳେ ୪୦/୫୦ ଜଣ ସଶସ୍ତ୍ର ମାଓବାଦୀ ସେଠାରେ ପହଞ୍ଚଶ ଦୁଇଟି ଟିପ୍ପରରେ ନିଆଁ ଲଗାଇ ଦେଇଥିବା ବେଳେ ରାସ୍ତା କାମ ବନ୍ଦ କରିବାକୁ ଧମକ ଦେଇ ଚାଲିଯାଇଥିଲେ । ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Leave A Reply

Your email address will not be published.