lika

ଦୀର୍ଘ ଦିନ ପରେ ପୁଣି ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ମାଓ ସକ୍ରିୟ : ଲାଗିଲା ଲାଲ ବାହିନୀର ଲାଲ ବେନର

gbag

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଲାନ୍ଥନଦୀ ନିକଟରେ ଦୁଇଟି ହିନ୍ଦୀ ଭାଷାରେ ଲେଖା ହୋଇ ମାଓ ବେନର ଶନିବାର ମଧ୍ୟ ରାତ୍ରରେ ମରାଯାଇ ଥିବା ଦେଖିବାକୁ ମିଳିଛି । ରବିବାର ଲାଠୋର ବଜାର ହୋଇଥିବା ବେଳେ ଲାନ୍ଥନଦୀ ଦେଇ ବଜାରକୁ ଆସୁଥିବା ବ୍ୟବସାୟୀ ଓ ଜନସାଧାରଣ ମାଓବାଦୀ ମାରିଥିବା ବେନର ଦେଖିବାକୁ ପାଇଥିଲେ । ଲଗାଯାଇଥିବା ବେନରରେ ହିନ୍ଦୀ ଭାଷାରେ ୨୧ ସେପ୍ଟେମ୍ବର ଦିନ ୨୦ତମ ମାଓବାଦୀ ସ୍ଥାପନା ଦିବସ ଗାଁ ଗାଁରେ ପାଳନ କାରିବାକୁ କୁହାଯାିଛି । ଆହୁରି ଲେଖାଯାଇଛି ଯେ, ମାଓବାଦୀ ପାର୍ଟି ମାତ୍ର ଗୋଟିଏ ଦଳ ଯିଏ ଲୋକଙ୍କ ହିତାକାଂକ୍ଷୀ ବାକି ଅନ୍ୟ ଦଳ ପୁଞ୍ଜିପତି । ସମ୍ରାଜ୍ୟବାଦୀମାନଙ୍କ ସେବକ ଓ ହିତାକାଂକ୍ଷୀ ଯେତେଦିନ ପର୍ଯ୍ୟନ୍ତ ସମାଜରେ ଅନ୍ୟାୟ, ଅତ୍ୟାଚାର ଲାଗିରହିବ ମାଓବାଦୀ ପାର୍ଟି ଲୋକଙ୍କ ଭଲ ପାଇଁ ବଞ୍ଚି ରହିବ ତଥା ଅନ୍ୟାୟ ବିରୋଧରେ ସଂଘର୍ଷ କରିବ । ଶୋଷଣ ବିହୀନ ନୂଆଁ ସମାଜର ଗଠନ କରିବା ପାଇଁ ନବଜନବାଦୀ କ୍ରାନ୍ତି ଦଳରେ ସାମିଲ ହେବାକୁ ଆହ୍ୱାନ କରାଯାଇଛି । ଚାଷୀ, ଛାତ୍ରଛାତ୍ରୀ, ଯୁବ ପିଢ଼ି, ବୁଦ୍ଧିଜୀବୀ, ମଧ୍ୟମ ବର୍ଗର ଲୋକ, ସମସ୍ତ ଜାତି ସମସ୍ତ ଧର୍ମର ଲୋକଙ୍କୁ ଦଳରେ ଯୋଗଦେବା ପାଇଁ ଲେଖିଥିବା ବେଳେ ସେପ୍ଟେମ୍ବର ୧୭ ତାରିଖ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ବେରୋଜଗାର ଦିବସ ରୂପେ ପାଳନ କାରିବାକୁ କୁହାଯାଇଛି । ମୋଦୀ ଦେଶର ଚୌକିଦାର ନୁହେଁ ଅଡାନି, ଅମ୍ବାନୀମାନଙ୍କ ସମ୍ପତିକୁ ରକ୍ଷା କରୁଥିବା ଚୌକିଦାର ବୋଲି ଲେଖାହେବା ସହ ଏମିତି ଆହୁରି କିଛି ବେନରରେ ଲେଖା ହୋଇ ଶେଷରେ ଭାରତ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ବିବିଏମ ଡିଭିଜନାଲ କମିଟି ଲେଖା ହୋଇଥିବା ଦେଖିବାକୁ ମିଳିଛି । ଏନେଇ ଲାଠୋର ଥାନାଧିକାରୀ ଝସକେତନ ଭୋଇଙ୍କୁ ପଚାରିବାରୁ ତାଙ୍କ ପାଖରେ ଏମିତି କୌଣସି ଖବର ନାହିଁ ବୋଲି କହିଥିଲେ ।

jittmm
Leave A Reply

Your email address will not be published.