centurian jitm

ରାମଚଣ୍ଡୀ ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ନିମନ୍ତେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦୃଷ୍ଟି ଆକର୍ଷଣ କଲା କମିଟି

nschool

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) ମା’ ରାମଚଣ୍ଡୀ ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ପାଇଁ ମନ୍ଦିର ତରଫରୁ ସଂଯୋଜକ କମଲ ପଣ୍ଡାଙ୍କ ନେତୃତ୍ୱରେ ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ସହ-ସଂଯୋଜକ ତୁଷାର ଶତପଥୀ ଓ ସୋନାଲି ଶତପଥୀଙ୍କ ମିଳିତ ଭାବେ ଓଡିଶାର ଉପ-ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ଶ୍ରୀମତୀ ପ୍ରଭାତୀ ପରିଡାଙ୍କୁ ଭେଟି ଆଲୋଚନା କରି ବିଭାଗୀୟ ମନ୍ତ୍ରଣାଳୟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରିବା ସାଂଗକୁ ମା’ ରାମଚଣ୍ଡୀପୀଠର ସ୍ମାରକୀ ପଟ୍ଟଚିତ୍ର ପ୍ରଭୁ ଉପହାର ସ୍ୱରୂପ ଉପ-ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାନୀତ ହେବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ସମ୍ବଳିତ ତଥ୍ୟ ଆଧାରିତ ବିବରଣୀରେ ଛତ୍ରପୁରର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ଓ କରପଡା ସରପଞ୍ଚ ଅଜୟ ନାୟକଙ୍କ ଠାରୁ ଅନୁମୋଦନ ହୋଇଥିବା ସ୍ୱୀକୃତିପତ୍ର ମଧ୍ୟ ସଂଲଗ୍ନ କରାଯାଇ ଆବଶ୍ୟକୀୟ କାଗଜାଦି ଦାଖଲ କରି ଉକ୍ତ ସ୍ମାରକପତ୍ର ବିଭାଗୀୟ ମନ୍ତ୍ରଣାଳୟଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ହୋଇଛି । ଯଥାଶୀଘ୍ର ଛତ୍ରପୁର ନିକଟସ୍ଥ ମା’ ରାମଚଣ୍ଡୀ ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ ନିମନ୍ତେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ମନ୍ଦିର ଟ୍ରଷ୍ଟ ବୋର୍ଡ କମିଟି ଏବଂ ପୂଜା କମିଟି ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯିବା ସହ ସାଦର ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.