
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଏନ୍ଏସିକୁ ମିଳିଲା ମ୍ୟୁନିସିପାଲଟିର ମାନ୍ୟତା । ସାଧାରଣ ନିର୍ବାଚନ ପୂର୍ବରୁ ମିଳିଲା ବହୁ ପ୍ରତିକ୍ଷୀତ ଏହି ଉପହାର । ବିଭିନ୍ନ ଗଣମାଧ୍ୟମରେ ବହୁବାର ପ୍ରକାଶ ପାଇ ଆସିଥିବା ବେଳେ ଜିଲ୍ଲାସ୍ତରୀୟ ବରିଷ୍ଠ ସାମ୍ୱାଦିକ କେ.ସତ୍ୟନାରାୟଣ ରେଡ୍ଡୀ ସବୁବେଳେ ଅହରହ ଉଦ୍ୟମ କରି ଆସୁଥିଲେ । ବହୁ ସାଂସଦ, ବିଧାୟକ, ମନ୍ତ୍ରୀ ଏବଂ ବହୁ ପ୍ରଶାସନିକ ଅଧିକାରୀମାନଙ୍କୁ ଆଜି ସୁଦ୍ଧା ଯୁକ୍ତିତର୍କ କରି ଆସିଥିଲେ । ସମସ୍ତ ଭିତ୍ତିଭୂମି ଥାଇ ମ୍ୟୁନିସପାଲିଟି ପାଇଁ ଯୋଗ୍ୟ ବିବେଚିତ ହୋଇଆସିଥିଲେ ମଧ୍ୟ ଏହାକୁ ମ୍ୟୁନିସପାଲିଟିର ମାନ୍ୟତା ମିଳିବାରେ କୋଉଠି ତ୍ରୁଟି ରହିଛି ବୋଲି ପ୍ରଶ୍ନ କରି ଆସିଥିବାବେଳେ ଆଜିର ସଫଳତାକୁ ସାମ୍ୱାଦିକ ଶ୍ରୀ ରେଡ୍ଡୀ ରାଜ୍ୟସରକାରଙ୍କୁ ସାଧୁବାଦ୍ ଜଣାଇଛନ୍ତି । ଏହା ଯେ’ ବ୍ରିଟିଶ ଶାସନ ଅମଳର ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ରହି ପରିଚାଳିତ ହୋଇ ଆସି ପୂର୍ବେ ଏହି ସହର ରାଜଧାନୀ ଭାବେ ପରିଚିତ ହୋଇଆସିଥିଲା । ଶିଳ୍ପ, ବାଣିଜ୍ୟ, ଶିକ୍ଷା, ସଂସ୍କୃତି, ରାଜନୈତିକ ବାତାବରଣର ଗୁରୁ ସାଜିଥିବା ଏହି ସହର ପରବର୍ତ୍ତୀ ପର୍ଯ୍ୟାୟରେ ବୃହତ୍ତର ଗଞ୍ଜାମ ଜିଲ୍ଲାର ସଦର ମହକୁମା ଭାବେ ବେଶ୍ ପ୍ରସିଦ୍ଧି ଲାଭ କରି ଆସିଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ସଦର ମହକୁମା ଭାବେ ଏହା ଖ୍ୟାତି ରହିଆସିଛି । ତେବେ ଛତ୍ରପୁର ସହର ମ୍ୟୁନିସପାଲିଟିର ରୂପରେଖରେ ୫ଟି”ରେ ରୂପାନ୍ତରୀତ ହୋଇ ସାରିଛି । ତେବେ ଆଜି ମ୍ୟୁନିସପାଲିଟି ପ୍ରାପ୍ତିର ସୌଭାଗ୍ୟ ଲାଭ କରିଛି । ୧୪ଟି ୱାର୍ଡ଼ ଏବଂ ୩୦ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟତା ଯାହା ୧୯୫୫ରେ ସ୍ଥାପିତ ଏହି ଛତ୍ରପୁର ଏନ୍ଏସିକୁ ଆଜି ମ୍ୟୁନିସିପାଲଟିର ମାନ୍ୟତା ମିଳିଲା ଯାହା ସର୍ବସାଧାରଣରେ ଖୁସିର ବାର୍ତ୍ତା ଆଣିଛି । ସଭିଁଏ ବାଣ, ରୋଷଣୀ, ଆତସ୍ବାଜି ଫୁଟାଇ ମିଠା ଖୁଆ ଖୋଇ ହୋଇ ଖୁସି ମନାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନ୍ଏସି ଏବଂ ଆସ୍କା ଏନ୍ଏସିକୁ ମୁନିସିପାଲିଟି ରୂପେ ମାନ୍ୟତାପ୍ରାପ୍ତ ହୋଇଛି । ଏହା ଯେ’ ସ୍ଥାନୀୟ ଜନସାଧାରଣ ଖୁସିବ୍ୟକ୍ତ କରିଛନ୍ତି । ଜନସାଧାରଣଙ୍କ ବହୁଦିନର ଦାବୀ, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ପୁରୁଣା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ସହର ଗୁଡ଼ିକୁ ମ୍ୟୁନିସିପାଲଟି ଭାବେ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦ ଗୁଡିକ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।