oom

ରାଉରକେଲାରେ ରେଳ ଡିଭିଜନ ପାଇଁ ଖଣିଜ ଓ ପରିବହନ ମନ୍ତ୍ରୀଙ୍କୁ ସ୍ମାରକପତ୍ର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ରେଳ ଡିଭିଜନ ଓ ବନ୍ଧମୁଣ୍ଡା ଠାରେ ଏକ ରେଳ କୋଚ ଫ୍ୟାକ୍ଟ୍ରି ପ୍ରତିଷ୍ଠା ନେଇ ଏକ ସ୍ମାରକପତ୍ର ରାଜ୍ୟ ଖଣିଜ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ପ୍ରଦାନ କରାଯାଇଛି । ଏହି ସଂପର୍କରେ ରାଉରକେଲା ରେଲୱେ ଡିଭିଜନ ଆକ୍ସନ କମିଟି ତରଫରୁ ସ୍ଥାନୀୟ ଦୀପ୍ତି ହୋଟେଲ୍ ଠାରେ ମନ୍ତ୍ରୀଙ୍କୁ କମିଟିର ଆର୍ତ୍ତତ୍ରାଣ ମହାରଣା, ଆନନ୍ଦ ଚନ୍ଦ୍ର ମହାନ୍ତି, ସୁମନ ଦତ୍ତ, ପଶୁପତିନାଥ ଚାଟାର୍ଜୀ, ଦିଗମ୍ବର ମହାନ୍ତି, ସତ୍ୟାନନ୍ଦ ବେହେରା, ସୁପ୍ରତିକ ମିଶ୍ର, ପ୍ରହ୍ଲାଦ ନାୟକ, ସଂଜୀବ ନାୟକ ଓ କୁଞ୍ଜବିହାରୀ ରାଉତ ପ୍ରମୁଖ ଭେଟି ଏହି ସଂପର୍କରେ ଆଲୋଚନା କରି କିପରି ଏହି ଦିଗରେ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ, ସେହି ଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । ସୂଚନା ଯୋଗ୍ୟ ଯେ, ଏହି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଦୁଇଥର କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ସେହିପରି ରାଉରକେଲା ରେଳ ଡିଭିଜନକୁ ଦକ୍ଷିଣ ପୂର୍ବ ରେଳବାଇର ଅନ୍ତର୍ଗତ କରିବାକୁ ଦାବୀ କରାଯାଇଛି । ରେଳବାଇର ସିଂହ ଭାଗ ଅର୍ଥ ଏହି ଖଣିଖାଦାନ ଅଂଚଳରୁ ଆଦାୟ ହେଉଥିଲେ, ହେଁ ଏହା ପ୍ରତି ଦୃଷ୍ଟି ନଦେବା ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି । ମନ୍ତ୍ରୀ ଶ୍ରୀ ବେହେରା ସମସ୍ତ ଅବଗତ ହେବାପରେ ଏହା ଉପରେ ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ ।

jittmm
Leave A Reply

Your email address will not be published.