ଅଙ୍ଗନୱାଡ଼ି ଖାଦ୍ୟ ବଂଟନର ତଦାରଖ କଲେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଙ୍ଗନୱାଡ଼ି ଖାଦ୍ୟ ବଂଟନର ତଦାରଖ କରିଛନ୍ତି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ । ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ କରୋନା ସଂକ୍ରମଣ ସମୟରେ ଡୋର୍‌ ଟୁ ଡୋର୍‌ ଖାଦ୍ୟ ବଂଟନ କିଭଳି ଭାବରେ କରାଯାଉଛି, ସେ ସଂପର୍କରେ ଲୋଇସିଂହା ଓ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର କେତେକ ଅଂଚଳ ମନ୍ତ୍ରୀ ଶ୍ରୀମତୀ ସାହୁ ପରିଦର୍ଶନ କରିଛନ୍ତି । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର କେତେକ ଅଂଚଳ ପରିଦର୍ଶନ ସମୟରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ତାଙ୍କ ସହ ଉପସ୍ଥିତ ଥିଲେ । ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଶ୍ରୀମତୀ ସାହୁ ଭିନ୍ନ ଭିନ୍ନ ହିତାଧିକାରୀଙ୍କୁ ଭେଟି ଅଙ୍ଗନୱାଡ଼ି କେନ୍ଦ୍ରର ପରିଚାଳନା ସଂପର୍କରେ ପଚାରି ବୁଝିଥିଲେ ଓ ସନ୍ତୋଷ ପ୍ରକାଶ କରିଥିଲେ । ଏହି କାର୍ୟ୍ୟକ୍ରମରେ ତହସିଲଦାର ପୁଷ୍ପାଂଜଳି ପଣ୍ଡା, ସିଡ଼ିପିଓ ଅନୁପମା ପଣ୍ଡା, ସୁପର୍‌ଭାଇଜର୍‌ ଅନିତା ଶତପଥୀ, ଅଯୋଧ୍ୟା ଧରୁଆ, ବିଦ୍ୟୁତପ୍ରଭା ନାଗ ତଥା ବିଭାଗୀୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.