centurian jitm

ବାଇକ ରାଲିରେ ସ୍ୱାସ୍ଥ୍ୟ ମନ୍ତ୍ରୀ

nschool

ବଲାଙ୍ଗିର : ବଲାଙ୍ଗିର ଲୋଇସିଂହା ବ୍ଲକରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାଇକ ରାଲି । ଆଜି ପବିତ୍ର ରାମନବମୀ ସବୁଠି ଶ୍ରୀ ରାମଙ୍କ ଭବ୍ୟ ପୂଜାର୍ଚ୍ଚନା ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ଏହି ଉପଲକ୍ଷେ ଲୋଇସିଂହା ସରଗାଡ଼ ସହ ବିଭିନ୍ନ ଗ୍ରାମରେ ମଧ୍ୟ ରାମନବମୀ ପୂଜାର୍ଚ୍ଚନା କରଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଳିଙ୍ଗ ବିଭିନ୍ନ ଗାଁ କୁ ଯାଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ସବୁଠାରୁ ନିଆରା ଥିଲା ମନ୍ତ୍ରୀଙ୍କ ବାଇକ ରାଲି । ନିଜେ ବୁଲେଟରେ ସରଗାଡ଼ ଗାଁରେ ବାଇକ ଚଳାଇ ରାଲି ବାହାରି ତଲି ଉଡାର ଗାଁ ୧୦ ରୁ ୧୨ କିମି ରାସ୍ତା ପର୍ଯ୍ୟନ୍ତ ଯାଇଥିଲେ । ରାମ ନବମୀ ପାଇଁ ବାଇକ ରାଲିର କରାଯାଇଥିଲା ଆୟୋଜନ । ତାଙ୍କ ସହ ସାଙ୍ଗରେ ଥିଲେ ଶତାଧିକ ରାମ ଭକ୍ତ । ଏହି ସମୟରେ ଜୟ ଶ୍ରୀ ରାମ ନାରା ସହ ଭଜନ କୀର୍ତ୍ତନରେ ବାଇକ ରାଲି ବିଭିନ୍ନ ଗାଁ ବୁଲିଥିଲେ ମନ୍ତ୍ରୀ ।

Leave A Reply

Your email address will not be published.