ls

ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଗସ୍ତ : କହିଲେ, ‘ବସି ରହିଲେ ଚଳିବ ନାହିଁ’

sb

ବାଲିପାଟଣା : ବିଦ୍ୟାଳୟକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଚାନକ ଗସ୍ତ । ବାଲିପାଟଣା ଶିକ୍ଷା ମଣ୍ଡଳ ବିପିନ୍ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ହରିଜନ ଆବାସି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ମନ୍ତ୍ରୀ ସମୀର ଦାଶ । ପ୍ରଥମେ ବିପିନ୍ ବିହାରୀ ଉଚ୍ଚ ବିଦ୍ୟାଳରେ କୋଭିଡ୍ ଗାଇଡ୍‌ ଲାଇନ୍ ଭିତରେ ପାଠ ପଢ଼ା କିପରି ଚାଲିଛି, ଏହାର ସ୍ଥିତି ପରିଖିଥିଲେ ମନ୍ତ୍ରୀ । ରବିବାର ବିଦ୍ୟାଳରେ କ୍ଲାସ ହେଉଛି କି ନାହିଁ ଛାତ୍ରଛାତ୍ରୀମାନଙ୍କୁ ପଚାରି ବୁଝିଥିଲେ । ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀମାନେ ସାମାଜିକ ଦୂରତାକୁ ମାନି କ୍ଲାସ୍ ହେବା ନେଇ ଗୁରୁତ୍ଵ ଦେବାକୁ ପ୍ରଧାନ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ ମନ୍ତ୍ରୀ । ପରେ ହରିଜନ ଆବାସି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ମନ୍ତ୍ରୀ ସମୀର ଦାଶ । ହରିଜନ ଆବାସି ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ମୋଟ ୬୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ମାତ୍ର ଶ୍ରେଣୀରେ କେବଳ ୨୧ ଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଥିଲା । ଯେଉଁଥିପାଇଁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । କିଭଳି ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଅଧ୍ୟୟନ କରିବାକୁ ଆସିବେ, ସେ ନେଇ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ସେମାନଙ୍କର ଅଭିଭାବକଙ୍କ ସହ ଆଲୋଚନା କରିବାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ବସି ରହିଲେ ଚଳିବ ନାହିଁ । ଆବଶ୍ୟକ ପଡ଼ିଲେ ଗ୍ରୃପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମନ୍ତ୍ରୀ କହିଛନ୍ତି ।

pc pk
Leave A Reply

Your email address will not be published.