କେସିଙ୍ଗା, (ପ୍ରୀତେଶ ପଟେଲ) : ଆସନ୍ତା ୨୮.୦୩.୨୦୨୬ ତାରିଖ ରାଜ୍ୟରେ ହେବାକୁ ଥିବା ଓକିଲ ସଂଘ ନିର୍ବାଚନର ୧୪.୦୩.୨୦୨୬ ଦିନକୁ ଫାଇନାଲ୍ ତାଲିକା ପ୍ରକାଶ କରିବା ପାଇଁ ଧାର୍ଯ୍ୟ ହୋଇଥିଲା । କେସିଙ୍ଗା ଓକିଲ ସଂଘର ନିର୍ବାଚନ ଅଧିକାରୀଙ୍କ କାମପାଳ ସାହାଙ୍କ ଅନୁଯାୟୀ କେସିଙ୍ଗା ବାର୍ ଆସୋସିଏସନରେ ନିର୍ବାଚନ ହେବାକୁ ଥିବା ସମସ୍ତ ପଦବୀ ଗୁଡିକ ‘ନିର୍ବିରୋଧ ମନୋନୀତ ପ୍ରାର୍ଥୀ’ ମାନଙ୍କ ନାମରେ ଏକ ବର୍ଷ କାଳ ତଥା ଅପ୍ରେଲ ୨୦୨୬ରୁ ମାର୍ଚ୍ଚ ୨୦୨୭ ପାଇଁ ନାମାଙ୍କନ କରାଗଲା । ଫାଇନାଲ ତାଲିକା ଅନୁଯାୟୀ ସଭାପତି ଗୁରୁ ପ୍ରସାଦ ବଗର୍ତ୍ତି, ସମ୍ପାଦକ ସନ୍ତୋଷ କୁମାର ଦାସ, ଉପସଭାପତି ସୌମ୍ୟରଞ୍ଜନ ମିଶ୍ର, ସହ-ସମ୍ପାଦକ ଅକ୍ଷୟ କୁମାର ପାତ୍ର ଓ କୋଷାଧ୍ୟକ୍ଷ ଗୌତମ ନାଗ, ତତ୍ ସଙ୍ଗେ କାର୍ଯ୍ୟନିର୍ବାହୀ ସଭ୍ୟଗଣ ହେଲେ ପ୍ରକାଶ କୁମାର ଦାସ, ଦେବେନ୍ଦ୍ର ଭୁଜବଲ, ପ୍ରଶାନ୍ତ କୁମାର ପଣ୍ଡା, ହରି ପ୍ରସାଦ ତାଣ୍ଡି ଓ ନଳିନୀ ପ୍ରଭା ପାତ୍ର । କେସିଙ୍ଗା ବାର୍ ଆସୋସିଏସନ୍ ସମ୍ପାଦକ ଯୁଗଳ କିଶୋର ଦୀପ ନୂତନ କମିଟିର ସମସ୍ତ ପଦାଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ, ଆସନ୍ତା ଅପ୍ରେଲ ପ୍ରଥମ ସପ୍ତାହ ମଧ୍ୟରେ କାର୍ଯ୍ୟାଳୟ ଦାୟିତ୍ୱ ହସ୍ତାନ୍ତର କରିବା କଥା କହିଛନ୍ତି ।