ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗାଁର ସମାଜସେବୀ ତଥା କଂଗ୍ରେସ ନେତା ମହେନ୍ଦ୍ର କୁମାର ଖୁଣ୍ଟିଆ ପାଇକମାଲ ବ୍ଲକ କଂଗ୍ରେସ ସଭାପତି ଭାବରେ ମନୋନୀତ ହୋଇଛନ୍ତି । ଏନେଇ କଂଗ୍ରେସ ପ୍ରେମୀ ତଥା ଯୁବ କଂଗ୍ରେସକର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରୀ ସାହୁ ମାଣ୍ଡୋସିଲ ତଥା ପାଇକମାଲ ଅଞ୍ଚଳର ଜଣାଶୁଣା ତଥା ଟାଣୁଆ କଂଗ୍ରେସ ନେତା । ଅଞ୍ଚଳରେ ତାଙ୍କର ସମାଜସେବା ପାଇଁ ବେଶ ଲୋକପ୍ରିୟତା ରହିଛି । ସେ କଂଗ୍ରେସ ସହିତ ବହୁ ଦିନରୁ ଜଡ଼ିତ ହୋଇ କଂଗ୍ରେସ ଦଳ ପାଇଁ କାମ କରି ଆସୁଛନ୍ତି । ଏନେଇ ତାଙ୍କୁ ପାଇକମାଲ ବ୍ଲକ କଂଗ୍ରେସ ସଭାପତି ଭାବେ ମନୋନୀତ କରିଥିବାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ, ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ହରଦୀପ ସିଂଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବ୍ଲକରେ କଂଗ୍ରେସ ଦଳ ତୃଣମୂଳ ସ୍ତରରୁ ଆରମ୍ଭ କରି କିପରି ସୃଦୃଢ଼ ହୋଇ ପାରିବ ସେନେଇ କାମ କରିବି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।