ଗଞ୍ଜାମ ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି ଭାବେ ଭଗବାନ ଗନ୍ତାୟତ ଏବଂ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ମନୋନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ବରିଷ୍ଠତା ଭିତ୍ତିରେ ଦୁଇଜଣଙ୍କ ନାମ ଘୋଷିତ ହୋଇଛି । ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ଭଗବାନ ଗନ୍ତାୟତ ଏବଂ ସୋରଡାର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରାଯାଇଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ଵାରା ବିଜେଡି କାର୍ଯ୍ୟାଳୟରୁ ଏହା ଘୋଷଣା କରାଯାଇଥିବା ସୂଚନା ମିଳିଛି । ପ୍ରକାଶ ଥାଉକି, ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା ବ୍ରହ୍ମପୁରର ଜଣେ ବରିଷ୍ଠ ଆଇନଜୀବି ପୀତବାସ ପଣ୍ଡା ହତ୍ୟା ମାମଲାରେ ଛନ୍ଦି ହୋଇ ଜେଲ୍ ଥିବା ହେତୁ ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟ ପକ୍ଷରୁ ଏହି ଦୁଇ ଜଣଙ୍କ ନାମ ଘୋଷଣା କରାଯାଇଛି ବୋଲି କୁହାଯାଏ ।

Leave A Reply

Your email address will not be published.