om academy

ଜାତୀୟ କଳା ଉତ୍ସବ ପାଇଁ ଲୋଇସିଂହା ଛାତ୍ର ମନୋନୀତ

jsm

ଲୋଇସିଂହା, (କେପିଏନଏସ) : ବଲାଂଗୀର ଜିଲ୍ଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର ଛାତ୍ର ଅର୍ପଣ ବୈଭବ ବାରିକ ରାଜ୍ୟସ୍ତରୀୟ କଳା ଉତ୍ସବରେ ଲୋକନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ଜାତୀୟ କଳା ଉତ୍ସବ ପାଇଁ ମନୋନୀତ ହୋଇଛନ୍ତି । ସେ ସ୍ଥାନୀୟ ଟେଭାଡୁଙ୍ଗୁରି ନିବାସୀ ଆଇନଜୀବୀ ଅଶୋକ ବାରିକଙ୍କ ସୁପୁତ୍ର । ଜୋନାଲ ସ୍ତରକୁ ଉନ୍ନୀତ ହେବା ପରେ ଗତ ୧ ତାରିଖ ବଲାଂଗୀର ପୃଥ୍ବୀରାଜ ହାଇସ୍କୁଲ ଠାରେ ଅନଲାଇନରେ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ଅର୍ପଣ ଅଂଶଗ୍ରହଣ କରି ଅତି ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରିବା ସହିତ ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି । ଏହି କୃତିତ୍ୱ ପାଇଁ ଅର୍ପଣ ତାଙ୍କ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ସହପାଠୀ ଓ ନୃତ୍ୟ ଗୁରୁ ବିବେକା ବାଗଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି । ତାଙ୍କର ଏହି ସଫଳତାରେ ବିଭିନ୍ନ ମହଲରୁ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.