ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂତନ ସଭାପତି ଓ ସଂପାଦକ ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜରୁରୀ ବୈଠକ ସ୍ଥାନୀୟ ସୁଦପଡା ସ୍ଥିତ କଲ୍ୟାଣ ମଣ୍ଡପଠାରେ ଅଷ୍ଟରତ୍ନ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ୧୪ଟି ବ୍ଲକରୁ ୧୨ ଗୋଟି ବ୍ଲକର ସଭାପତି, ସଂପାଦକ, ପ୍ରତିଷ୍ଠାତା ସଭ୍ୟ, ଆଜୀବନ ସଭ୍ୟ ଅଂଶଗ୍ରହଣ କରିଥିଲେ ଓ ପୂର୍ବ ପରିଚାଳନା କମିଟିର କର୍ମକର୍ତ୍ତମାନଙ୍କର କାର୍ଯ୍ୟକଳାପ ଉପରେ ଅସନ୍ତୋଷ ବ୍ୟକ୍ତ କରି ପୂର୍ବ ସଭାପତିଙ୍କର ଦେହାନ୍ତ ଓ ସଂପାଦକ ରାଜନୈତିକ ଉଚ୍ଚ ପଦବୀରେ ଅବସ୍ଥାପିତ ଥିବାରୁ ସଭାପତି ଓ ସଂପାଦକ ପଦ ଖାଲି ଥିବା ଦାବୀ କରି ନୂତନ ସଭାପତି ଓ ସଂପାଦକ ମନୋନୀତ କରିବାକୁ ମତ ଦେଇ ପ୍ରସ୍ତାବ ଆଗତ କରିଥିଲେ । ତତ୍‌ ସଙ୍ଗେ ସଙ୍ଗେ ନିମ୍ନ ଲିଖିତ ବ୍ଲକ ସଭାପତି ବେଲପଡାର ବସନ୍ତ ମାଝି, ଖପ୍ରାଖୋଲ ବିପ୍ର ବିଶି, ଲୋଇସିଂହା କାହ୍ନୁ ପ୍ରଧାନୀ, ବଲାଙ୍ଗିର ମୁରଲିଧର ମଲ୍ଲିକ, ବେଲପଡା ବସନ୍ତ ମାଝି, ବଙ୍ଗୋମୁଣ୍ଡା ଶରତ ସିଂ ଭୋଇ, ସୁରେଶ ଭୋଇ, ମୁରିବାହାଲ ଘିମାନନ୍ଦ ଭୋଇ, ତୁରେକେଲା ଦୁଃଖି ଶ୍ୟାମ ଭୋଇ, ଗୁଡଭେଲାରୁ ଘନଶ୍ୟାମ ପ୍ରଧାନ ନିଜ ନିଜ ମତ ରଖିଥିଲେ । ଶେଷରେ ସତ୍ୟନାରାୟଣ ଭୋଇ ସଭାପତି ଓ ପୁରୁଷୋତ୍ତମ ଧରୁଆଙ୍କୁ ସଂପାଦକ ରୂପେ ଚୟନ କରିଥିଲେ । ଆଜିକାର ସଭାରେ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା । ଏତଦ୍‌ ବ୍ୟତୀତ ଅନ୍ୟାନ୍ୟ ସାମାଜିକ ସଂଗଠନ, ସଭାପତି, ଶବର ସମାଜ, ବିଞ୍ଝାଲ ସମାଜ, ଗଣ୍ଡ ସମାଜ, କନ୍ଧ ସମାଜ, ମୁଣ୍ଡା ସମାଜ, ମିର୍ଦ୍ଧା ସମାଜ ସହିତ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!