jayashree

ପ୍ରେମାନନ୍ଦ ପାତ୍ର ବିବେକ ସେନାର ସମ୍ପାଦକ ରୂପେ ମନୋନୀତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପ୍ରେମାନନ୍ଦ ପାତ୍ରଙ୍କୁ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବିବେକ ସେନାର ସମ୍ପାଦକ ଭାବେ ବିବେକ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମନୋନୀତ କରିଛନ୍ତି । ଶିକ୍ଷକତାରୁ ଅବସର ନେବା ପରେ ଶ୍ରୀ ପାତ୍ର କର୍ଲାମୁଣ୍ଡା ଅଂଚଳର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ରହି ସଂଗ୍ରାମ ଜାରି ରଖିଛନ୍ତି । ଏହି ଦାୟିତ୍ୱ ପାଇଁ ସେ ବିବେକ ସେନାର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତାଙ୍କୁ କୃତଜ୍ଞତା ଜଣାଇବା ସହ ମା’ ମାଟିର ସେବା କରିବାକୁ ଏହା ଆଉ ଏକ ସୁଯୋଗ ଦେବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.