oom

ଗଞ୍ଜାମ ଜିଲ୍ଲା ଯୁବ ବିଜେଡିର ସାଧାରଣ ସମ୍ପାଦକ ଭାବେ ଛତ୍ରପୁରର ବିମଳ ପଣ୍ଡା ମନୋନୀତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଯୁବ ବିଜେଡିର ସାଧାରଣ ସମ୍ପାଦକ ଭାବେ ବିମଳ କୁମାର ପଣ୍ଡା ମନୋନୀତ ହୋଇଥିବା ରାଜ୍ୟ ବିଜେଡ଼ି ଦଳୀୟ କାର୍ଯ୍ୟାଳୟରୁ ସୂଚନା ମିଳିଛି । ସେ ପୂର୍ବରୁ ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ତୁଳାଇ ଆସୁଥିଲେ । ୨୦୨୪ ସାଧାରଣ ନର୍ବାଚନକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ଯୁବଗୋଷ୍ଠୀଙ୍କୁ ଦଳୀୟ ସଂଗଠନରେ ସାମିଲ କରି ସଂଗଠନକୁ ମଜବୁତ୍ କରିବା ପାଇଁ ଛତ୍ରପୁର ସହରର ଶ୍ରୀ ପଣ୍ଡାଙ୍କୁ ଏହି ଗୁରୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଯୁବ ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ଭବାନୀ କାନ୍ତ ସାହୁ ଏକ ପତ୍ର ମାଧ୍ୟମରେ ଦର୍ଶାଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତିନିଧି କରୁଥିବା ଗଞ୍ଜାମ ଜିଲ୍ଲାର ଏତେ ବଡ ଦାୟିତ୍ୱକୁ ଜିଲ୍ଲାର ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ସହଯୋଗରେ ଦାୟିତ୍ୱକୁ ସୁଚାରୁ ରୂପେ ତୁଳାଇବା ପାଇଁ ଶ୍ରୀ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏହା ସହ ସେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯୁବ ବିଜେଡି ରାଜ୍ୟ ସଭାପତି ବ୍ୟୋମ କେଶ ରାୟ, ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଯୁବ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ଭବାନୀ କାନ୍ତ ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ଦଳୀୟ ବିଧାୟକ ଓ ସାଂସଦମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

jittmm
Leave A Reply

Your email address will not be published.