centurian jitm

ଜାତୀୟ ସିନିୟର ଭଲିବଲ ପାଇଁ ଓଡ଼ିଶା ଦଳ ମନୋନୀତ

ଭୁବନେଶ୍ୱର : ଆସାମର ଗୁଆହାଟୀଠାରେ ୭୧ତମ ଜାତୀୟ ସିନିୟର ଭଲିବଲ ଚାମ୍ପିୟନସିପ୍‌ (ମହିଳା/ପୁରୁଷ) ଫେବୃୟାରୀ ୨ରୁ ଆରମ୍ଭ ହେବ । ଏଥିପାଇଁ ଓଡ଼ିଶା ମହିଳା ଓ ପୁରୁଷ ଦଳକୁ ମଙ୍ଗଳବାର ଘୋଷଣା କରାଯାଇଛି । ଉଭୟ ଦଳର ୧୨ ଜଣ ଲେଖାଏ ଖେଳାଳିଙ୍କ ସମେତ ୫ ଅଫିସିଆଲଙ୍କ ନାମ ମଧ୍ୟ ପ୍ରକାଶ କରାଯାଇଛି । ରାଜ୍ୟ ଦଳ ମନୋନୟନ ପାଇଁ ଚୟନ ଟ୍ରାଏଲ ଗତ ୧୫ ତାରିଖରେ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ୟୁନିଟଗୁଡ଼ିକରୁ ୧୪୦ ଖେଳାଳି ଏଥିରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୩୬ (୧୬ ମହିଳା ଓ ୨୦ ପୁରୁଷ) ଖେଳାଳିଙ୍କୁ ମନୋନୟନ କରାଯାଇ କୋଚିଂ କ୍ୟାମ୍ପ ଚାଲିଥିଲା । କୋଚିଂ କ୍ୟାମ୍ପ ଶେଷ ହେବା ପରେ ମନୋନୀତ ଖେଳାଳି ଓ ଅଫିସିଆଲ ଗୁଆହାଟୀ ଅଭିମୁଖେ ଯାତ୍ରା କରିଛନ୍ତି । ଖେଳାଳିମାନେ ଯାତ୍ରା କରିବା ପୂର୍ବରୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ସେମାନଙ୍କ ସହ ଆଲୋଚନା କରିବା ସହ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । କିଟ୍‌ ପରିସରରେ କ୍ୟାମ୍ପ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାସହ ଆବଶ୍ୟକ ସହଯୋଗ କରିଥିବାରୁ ଅଚ୍ୟୁତଙ୍କୁ ଓଡ଼ିଶା ଭଲିବଲ ଆସୋସିଏସନ ସମ୍ପାଦକ ଗଗନେନ୍ଦୁ ଦାଶ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.