
ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟସ୍ତରୀୟ ହକି ଚାମ୍ପିଅନସିପ୍ରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ଛାତ୍ର ଅଭିନାଶ ବନ୍ଛୋର ଓ ଉପେନ୍ଦ୍ର ପଡାଲ ମନୋନୀତ ହୋଇଛନ୍ତି । ସେମାନେ ରାଜ୍ୟସ୍ତରୀୟ ହକି ଚାମ୍ପିଅନସିପ୍ରେ ଭାଗ ନେବା ପାଇଁ କୋଚ ଅଜମ୍ବର ରାଜପଲିଆଙ୍କ ସହିତ ବଲାଙ୍ଗିରରୁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟର ଖେଳ ଶିକ୍ଷକ ସୌରଭ ପଧାନ ଓ ପ୍ରଧାନ ଶିକ୍ଷକ ଶ୍ରୀମତୀ ସନ୍ତୋଷିନୀ ସେଠୀ ଛାତ୍ରମାନଙ୍କୁ ଶୁଭକାମନା ଜଣାଇଛନ୍ତି ।