centurian jitm

ରଥଯାତ୍ରା ଅବସରରେ ମାଙ୍କଡଙ୍କୁ ଖାଦ୍ୟ ଯୋଗାଣ

nschool

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ହରିଶଙ୍କରଠାରେ ଥିବା ମାଙ୍କଡମାନଙ୍କୁ ଖାଦ୍ୟ ଦିଆଯାଇଥିଲା । କରୋନାର ଦ୍ୱିତୀୟ ଲହରକୁ ଆଖି ଆଗରେ ରଖି ସରକାରଙ୍କ ତରଫରୁ ହରିଶଙ୍କରଠାରେ ଥିବା ମନ୍ଦିରକୁ ବନ୍ଦ କରିଦିଆଯାଇଛି ଯାହାଫଳରେ ଭକ୍ତମାନେ ଦର୍ଶନ ପାଇଁ ହରିଶଙ୍କର ଯାଉନାହାନ୍ତି । ସେଠାରେ ରହୁଥିବା ଆଶ୍ରିତ ମାଙ୍କଡମାନେ ଦର୍ଶକ ମାନଙ୍କଠାରୁ ପାଉଥିବା ଖାଦ୍ୟରୁ ବଞ୍ଚିତ ହେଉଛନ୍ତି ଯାହା ଫଳରେ ସେମାନେ ଭୋକ ଉପାସରେ ରହୁଛନ୍ତି । ସେମାନଙ୍କୁ ମଝିରେ ମଝିରେ ଖାଦ୍ୟ ଯୋଗାଇ ଆସୁଥିବା ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ପଞ୍ଚମ ଥରପାଇଁ ହରିଶଙ୍କର ଯାଇ ପାଉରୁଟି, ବିସ୍କୁଟ, ଜାମୁ, ବାଦାମ ଆଦି ଖାଇବା ଜିନିଷ ମାଙ୍କଡଙ୍କୁ ଦେଇଥିଲେ । ଏହି ଖାଦ୍ୟ ଦେବାରେ ସିଆରସିସି କୁଞ୍ଜ ବିହାରୀ ସରାଫ, ଶିକ୍ଷକ ଅମରେନ୍ଦ୍ର ବେହେରା, ସମାଜସେବୀ ଆଶିଷ ଜୈନ ସାହାଯ୍ୟ ଓ ସହଯୋଗ କରିଥିଲେ । ପୂର୍ବଥର ଭଳି ଶ୍ରୀ ଦାଶ ମାଙ୍କଡଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ ଜଣେଇଛନ୍ତି ।

Leave A Reply

Your email address will not be published.