ଘୋରଡିଆରେ ମାଙ୍କଡ଼ଙ୍କ ଉତ୍ପାତରେ ଲୋକେ ଲହୁଲୁହାଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘୋରଡିଆ ଗ୍ରାମରେ ପ୍ରାୟ ଏକ ସପ୍ତାହ ହେଲା ଦଳେ ମାଙ୍କଡ଼ କେଉଁ ଆଡୁ ଆସି ନାହିଁ ନଥିବା କ୍ଷତି କରିବା ସହ ଲୋକେ ମାଙ୍କଡ଼ଙ୍କ ଆକ୍ରମଣରେ ଆହତ ହେଉଥିବା ଖବର ମିଳିଛି । ବାଡ଼ି ବଗିଚାରେ ପନିପରିବା, ଶାଗ, କଦଳୀ, ଅମୃତଭଣ୍ଡା, କଖାରୁ, ନଡ଼ିଆ ଗଛର ଫୁଲ ଓ ନଡ଼ିଆ କଷି ଫଳ ଆଦି ମାଙ୍କଡ଼ମାନେ ଖାଇ ନଷ୍ଟ କରି ଦେଉଛନ୍ତି । ସେମାନେ ଘରେ ପଶି ପନିପରିବା ଓ ଖାଦ୍ୟ ଜିନିଷଗୁଡିକୁ ଟେକି ନେଇ ପଳାଉଛନ୍ତି । ସେମାନଙ୍କ ମଧ୍ୟରେ ଗୋଟେ ପାଗଳ ହନୁ ମାଙ୍କଡ଼ ଲୋକଙ୍କୁ କାମୁଡିବା ପାଇଁ ଗୋଡ଼ାଉଛି । ମାଙ୍କଡ଼ କାମୁଡା ଭୟରେ ଏଣେ ତେଣେ ଦୌଡୁଥିବା ବେଳେ ତଳେ ପଡି ଆହତ ହେଉଛନ୍ତି । ମାଙ୍କଡ଼ମାନଙ୍କ ଉପଦ୍ରବ ଡେଲାଙ୍ଗ ଅଞ୍ଚଳରେ ବଢ଼ି ବଢି ଚାଲିଛି । ବିରି ମୁଗ ଫସଲ ମଧ୍ୟ ନଷ୍ଟ କରିଦେଉଛନ୍ତି । ମାଙ୍କଡ଼ ଉପଦ୍ରବରେ ଲୋକେ ଲହୁଲୁହାଣ ହେଲେଣି । ସ୍ଥାନୀୟ ବନବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଜନସାଧାରଣାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏ ଦିଗରେ ପଦକ୍ଷେପ ନେବା ପାଇଁ ସଧୋରଣରେ ଦାବୀ ହେଉଛି ।

Leave A Reply

Your email address will not be published.