ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଫସଫେଟ ଏବଂ ପଟାସ (ପିଆଣ୍ଡକେ) ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ଦର ସ୍ଥିର କରିବା ଲାଗି ସାର ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ରବି ଋତୁ ୨୦୨୫-୨୬ (୦୧.୧୦.୨୦୨୫ରୁ ୩୧.୦୩.୨୦୨୬) ପାଇଁ ଏହି ସବସିଡି ଲାଗୁ ହେବ । ରବି ଋତୁ ୨୦୨୫-୨୬ ପାଇଁ ଅସ୍ଥାୟୀ ବଜେଟ୍ ଆବଶ୍ୟକତା ପାଖାପାଖି ୩୭,୯୫୨.୨୯ କୋଟି ଟଙ୍କା ହେବ। । ଏହା ଖରିଫ ଋତୁ ୨୦୨୫ ପାଇଁ ବଜେଟ ଆବଶ୍ୟକତା ଠାରୁ ୭୩୬ କୋଟି ଟଙ୍କା ଅଧିକ । ଡାଇ ଆମୋନିୟମ ଫସଫେଟ୍ (ଡିଏପି) ଏବଂ ଏନପିକେଏସ (ନାଇଟ୍ରୋଜେନ, ଫସଫରସ, ପଟାସ, ସଲଫର) ଗ୍ରେଡ୍ ସମେତ ପିଏଣ୍ଡକେ ସାର ଉପରେ ସବସିଡି ଦର ୨୦୨୫-୨୬ ରବି ଋତୁ (୦୧.୧୦.୨୦୨୫ ରୁ ୩୧.୦୩.୨୦୨୬ ପର୍ଯ୍ୟନ୍ତ ଲାଗୁ) ପାଇଁ ଅନୁମୋଦିତ ଦରରେ ଲାଗୁ ହେବ । ଏହାଫଳରେ ଚାଷୀମାନେ ଶସ୍ତା ଦରରେ ସହଜରେ ଏହି ସାର ପାଇପାରିବେ ।
ଲାଭ :
● ଚାଷୀମାନଙ୍କୁ ସବସିଡିଯୁକ୍ତ, ସୁଲଭ ଏବଂ ଯୁକ୍ତିଯୁକ୍ତ ମୂଲ୍ୟରେ ସାର ଉପଲବ୍ଧତା ସୁନିଶ୍ଚିତ କରାଯିବ ।
● ସାର ଏବଂ କୃଷି ଇନପୁଟର ଅନ୍ତର୍ଜାତୀୟ ଦରର ସାମ୍ପ୍ରତିକ ଧାରାକୁ ଦୃଷ୍ଟିରେ ରଖି ପିଏଣ୍ଡକେ ଉପରେ ସବସିଡିକୁ ଯୁକ୍ତିସଂଗତ କରାଯାଇପାରିବ ।
Next Post