ଚାନ୍ଦଲି ପାହାଡର ଉନ୍ନୟନମୂଳକ କାମ ପାଇଁ ୧ କୋଟି ଟଙ୍କା ମଞ୍ଜୁର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ ଭୀମପାହାଡ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପମାନ ନେଉଛନ୍ତି । ସେହିକ୍ରମରେ ଐତିହାସିକ ଚାନ୍ଦଲି ପାହାଡର ମଧ୍ୟ ବିକାଶ କରାଯାଇ ପର୍ଯ୍ୟଟନସ୍ଥଳୀ କରିବାକୁ ଦାବୀ ହୋଇଆସୁଛି । ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଚାନ୍ଦଲି ପାହାଡର ଉନ୍ନୟନମୂଳକ କାମ ପାଇଁ ୧ କୋଟି ଟଙ୍କା ମଞ୍ଜୁର କରିଥିବା ସୂଚନା ମିଳିଛି । ଗୁରୁବାର ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଏନେଇ ଟ୍ୱିଟ କରି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.