om academy

ଦୁର୍ନୀତି ଅଭିଯୋଗରେ ଆଇପିଏସ୍ ମନୀଷ ଅଗ୍ରୱାଲ ଗିରଫ

jsm

ଜୟପୁର : ରାଜସ୍ଥାନ ଦୁର୍ନୀତି ନିବାରଣ ବ୍ୟୁରୋ ତରଫରୁ ଦୌସାରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ମାମଲାରେ ଆଉ ଜଣେ ଅଧିକାରୀ ଗିରଫ ହୋଇଛନ୍ତି । ଏସିବି ଆଇପିଏସ ମନୀଷ ଅଗ୍ରୱାଲଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରିଛି । ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ନିଲମ୍ବିତ କରାଯିବ। ଦୌସା ଏସଡ଼ିଏମ ପୁସ୍କର ମିତ୍ତଲ ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେ ହାତ ଧରାପଡ଼ିଥିଲେ । ଏସଡ଼ିଏମ ପିଙ୍କି ମିଣା ୧୦ ଲକ୍ଷ ଟଙ୍କା ଲାଞ୍ଚ ଦାବୀ କରୁଥିବା ବେଳେ ଗିରଫ ହୋଇଥିଲେ । ଦୁଇ ପ୍ରଶାସନିକ ଅଧିକାରୀ ଗିରଫ ହେବାପରେ ମାମଲାରେ ଜାନୁଆରୀ ୧୩ ତାରିଖରେ ଦଲାଲ ନିରାଜ ମିଣାକୁ ମଧ୍ୟ ଗିରଫ କରାଯାଇଥିଲା । ଦଲାଲ ନିରାଜ ମୋଟ ୩୮ ଲକ୍ଷ ଟଙ୍କା ଲାଞ୍ଚ ଦାବୀ କରୁଥିବା ଜଣାପଡିଥିଲା । ନିରାଜ ମିଣା କହିବାନୁଯାୟୀ, ନିର୍ମାଣ କମ୍ପାନୀ ପ୍ରତିନିଧି ପ୍ରତି ମାସରେ ୪ ଲକ୍ଷ ଟଙ୍କା ଦେବାକୁ କଥା ହୋଇଥିଲା । ମାମଲା ରଫା ଦଫା କରିବାକୁ ୧୦ ଲକ୍ଷ ଟଙ୍କା ଦାବୀ କରାଯାଉଥିଲା । ଫଳରେ ଦଲାଲ ନିରାଜ ମିଣା ତରଫରୁ ମୋଟ ୩୮ ଲକ୍ଷ ଟଙ୍କା ଲାଞ୍ଚ ମଗାଯାଉଥିଲା । ୭ ଦିନିଆ ରିମାଣ୍ଡ ପରେ ଦଲାଲ ନିରାଜକୁ ଜେଲ ପଠାଇ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ ଦୁର୍ନୀତି ନିବାରଣ ବ୍ୟୁରୋ ତରଫରୁ ମାମଲାରେ ତତ୍କାଳୀନ ଦୌସା ଏସପି ଲାଞ୍ଚ ମାଗୁଥିବା ନିରଜକୁ ଗିରଫ କରିଥିଲେ । ଏହାସହ ଏସିବିରେ ରୁଜ୍ଜୁ ହୋଇଥିବା ମାମଲାରେ ମନୀଷ ଅଗ୍ରୱାଲଙ୍କ ନାଁ ମଧ୍ୟ ରହିଥିଲା । ଏସିବି ପ୍ରାଥମିକ ତଦନ୍ତ ସମୟରେ ମନୀଷ ଅଗ୍ରୱାଲଙ୍କ ମୋବାଇଲ ଫୋନ ଜବତ କରିନେଇଥିଲା । କିନ୍ତୁ ତା ପରେ ତାଙ୍କୁ ପଚରାଉଚୁରା କରିନଥିଲା କି ଗିରଫ ବି କରିନଥିଲା । ମଙ୍ଗଳବାର ଦିନ ଏସିବି ମନୀଷ ଅଗ୍ରୱାଲଙ୍କୁ ଗିରଫ କରିଛି ।

Leave A Reply

Your email address will not be published.