ଉଦଳା : ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲେ ବୋଲି ଦିବ୍ୟାଙ୍ଗ ଯୁବତୀଙ୍କୁ ନିର୍ଘାତ ମାଡ଼ମାରିଲେ । ଯେଉଁଥିରେ ଯୁବତୀ ଜଣଙ୍କ ଗୁରୁତର ହୋଇଛନ୍ତି । ଭୁଲିଗଲେ ନିଜର ସୀମା ଓ ମାନବିକତା । ଅଭିଯୋଗ ଅନୁସାରେ ଜଣେ ଛାତ୍ର ଅତି ନିର୍ଦୟ ଭାବେ ଯୁବତୀଙ୍କୁ ମାଡ଼ ମାରିଛନ୍ତି । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଭୀମତାଳି ହାଇସ୍କୁଲରେ ଏଭଳି ଘଟଣା ଘଟିଛି । ଉଦଳା ଥାନା ମଦନାପାଳ ଗାଁର ଯୁଗଳ ବେହେରାଙ୍କ ମାନସିକ ବିକାରଗ୍ରସ୍ତ ଝିଅ ରଚନା ବେହେରା ମଙ୍ଗଳବାର ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ସହିତ ବିଦ୍ୟାଳୟକୁ ଯାଇଥିଲେ । ହେଲେ ସେ ମାନସିକ ବିକାରଗ୍ରସ୍ତ ଲାଗି ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରି ଦେଇଥିଲେ । ଯାହାକୁ ପରିସ୍କାର କରିବା ନିମନ୍ତେ କିଛି ନବମ ଶ୍ରେଣୀ ଛାତ୍ର କହିଥିଲେ । ହେଲେ ସେ ମନା କରିବାକୁ ଛାତ୍ରମାନେ ନିର୍ଘାତ ମାଡ଼ ମାରିଥିଲେ । ଏପିରିକି ଯୁବତୀଙ୍କ ବାଡ଼ିରେ ମାଡ଼ ମାରିଥିଲେ । ଯାହାଫଳରେ ତାଙ୍କ ଦେହ ସାରା ଦାଗ ହୋଇଥିଲା । ଯୁବତୀ ଜଣଙ୍କ ଘରକୁ ଯାଇ ପରିବାର ଆଗରେ ଘଟଣା ସଂପର୍କରେ କହିଥିଲେ । ଶେଷରେ ପରିବାର ଲୋକ ଘଟଣାକୁ ନେଇ ଉଦଳା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଉଦଳା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।